www.samajalive.in
Monday, December 15, 2025
17.1 C
Bhubaneswar

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରାସଂଗ୍ରାମ ମହାପାତ୍ରଙ୍କ ଲିଖିତ “ଜନ୍ମଭୂମିର ଯୋଦ୍ଧାମାନେ”ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଆଧୁନିକ ଓଡିଆ କଥା ସାହିତ୍ୟର ଯଶସ୍ୱୀ ସ୍ରଷ୍ଟା, ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ ରଚନା କ୍ଷେତ୍ରରେ ନିଜର ପ୍ରତିଭାର ପରିସ୍ଫୁଟନ କରିପାରିଥିବା ସାରସ୍ୱତ ସାଧକ ତଥା ଓଡିଶା ରାଜ୍ୟ ପ୍ରଶାସନରେ କାର୍ୟ୍ୟରତ ବରିଷ୍ଠ ପ୍ରଶାସନିକ ଅଧିକାରୀ ସଂଗ୍ରାମ ମହାପାତ୍ରଙ୍କ ଲିଖିତ ‘ଜନ୍ମଭୂମିର ଯୋଦ୍ଧାମାନେ’ ପୁସ୍ତକର ପ୍ରଥମ ଖଣ୍ତ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ସମୟରେ ଶ୍ରୀ ମହାପାତ୍ରଙ୍କ ସହଧର୍ମିଣୀ ଶ୍ରୀମତୀ ଧରିତ୍ରୀ ମହାପାତ୍ର ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ ଶ୍ରୀ ମହାପାତ୍ରଙ୍କ ଦ୍ୱାରା ଲିଖିତ ଏବଂ ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, ବିନୋଦ ବିହାରୀ,କଟକ ଙ୍କ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ଖାରବେଳ, କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବଙ୍କ ଠାରୁ ଆରମ୍ଭ କରି ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏ, ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ବିଜୁ ପଟ୍ଟନାୟକ ଆଦିଙ୍କ ଜୀବନୀ ଓ ଘଟଣାମାନ ଉଲ୍ଲିଖିତ। ଦୁଇ ହଜାର ବର୍ଷର ଇତିହାସ ମଧ୍ୟରେ ଓଡିଶା ଭୂଖଣ୍ଡକୁ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରାଇବାରେ ଯେଉଁମାନଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଥିଲା, ସେହିସବୁ ମହାପୁରୁଷଙ୍କର ଜୀବନୀ ଓ ସଂପର୍କିତ ଘଟଣାବଳୀକୁ ନେଇ ଏହି ପୁସ୍ତକ ଲିଖିତ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories