www.samajalive.in
Friday, December 12, 2025
14.1 C
Bhubaneswar

ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରଥମ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଗୋଳରୁ ଶୁଭାରମ୍ଭ

ଭୁବନେଶ୍ବର: ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୁଲ୍ୟରେ ରାଜ୍ୟର ଜିଲାସ୍ତରୀୟ ପ୍ରଥମ ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦିପ୍ତିରାଣୀ ସାହୁ, ବିତ୍ତ ପରାମର୍ଶଦାତା ତଥା ସ୍ଵତନ୍ତ୍ର ଶାସନ ସଚିବ ରତିକାନ୍ତ ମହାପାତ୍ର, ସହକାରୀ ଅର୍ଥ ପରାମର୍ଶଦାତା ତଥା ଉପ-ଶାସନ ସଚିବ ରମେଶ ଚନ୍ଦ୍ର ଘଡାଇ, ଅତିରିକ୍ତ ହିସାବ ନିୟନ୍ତ୍ରକ ଦିବାରଣୀ ଦୋରା, ଯୁଗ୍ମ ନିର୍ଦ୍ଦେଶକ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସପନ ଜେନା, ଅନୁଗୋଳ ଜିଲା ଶିକ୍ଷା ଅଧିକାରିଣୀ ସୁସ୍ମିତା ସାହୁ, ଅତିତିକ୍ତ ଜିଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର ଓ ଅତିତିକ୍ତ ଜିଲା ଶିକ୍ଷା ଅଧିକାରିଣୀ ପ୍ରତିଭା ବାରିକ, ଅନୁଗୋଳର ଜିଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ। ମମତା ପ୍ରଧାନ ତଥା ଜିଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

ଆଜିର ଏହି ପେନସନ ଅଦାଲତରେ ସମୁଦାଯ ୧୭୨ ଟି ପେନସନ ସମ୍ବନ୍ଧୀୟ ଅଭିଯୋଗ ଉପରେ ଶୁଣାଣି ହୋଇଥିଲା । ସେମାନଙ୍କ ମଧ୍ୟରୁ ୭୦ ଜଣ ପେନସନଭୋଗୀ କାର୍ୟ୍ୟକ୍ରମରେ ଉପସ୍ଥିତରହି ସେମାନଙ୍କର ବିଭିନ୍ନ ସମସ୍ୟା ଗୁଡିକୁ ପେନସନ ଅଦାଲତକୁ ଅବଗତ କରାଇଥିଲେ। ପ୍ରତ୍ୟକ ଅଭିଯୋଗ ଗୁଡିକର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସେମାନଙ୍କର ପୂର୍ଣାଙ୍ଗ ପେନସନ ପ୍ରାପ୍ୟ ନିମନ୍ତେ ତ୍ଵରିତ ପଦକ୍ଷେପ ନେବାପାଇଁ ନିଷ୍ପତି ନିଆ ଗଲା।

- Advertisement -

କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଜିଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସୁସ୍ମିତା ସାହୁ ଉପସ୍ଥିତ ସମସ୍ତ ପେନସନଭୋଗୀ ହିତାଧିକାରୀ, ରାଜ୍ୟ ସରକାରଙ୍କ ତରଫରୁ ଆସିଥିବା ସମସ୍ତ ରାଜ୍ୟସ୍ତରୀୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କୁ ଆଜିର କାର୍ୟ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories