www.samajalive.in
Monday, December 15, 2025
15.1 C
Bhubaneswar

ଧାମରା ବନ୍ଦର ବିରୋଧରେ ତାତିଲା ଟ୍ରକ-ଟିପ୍ପର ସଂଘ, ୨୯ରେ ମାଲଗାଡ଼ି ଚଳାଚଳ ବନ୍ଦ କରିବାକୁ ଦେଲେ ଚେତାବନୀ

ଧାମରା: ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ମନମାନିକୁ ବିରୋଧ କରିଛି ଭଦ୍ରକ ଜିଲ୍ଲା ଟ୍ରକ ଟିପ୍ପର ସଂଘ। ଏହାକୁ ନେଇ ଆଗାମୀ ୨୯ ତାରିଖରେ ଧାମରା ବନ୍ଦର ମୁଖ୍ୟ ଗେଟ ଆଗରେ ସମସ୍ତ ମାଲବାହୀ ରେଳ ଚଳାଚଳକୁ ବନ୍ଦ କରିବାକୁ ୭ଟି ସଂଘ ନିଷ୍ପତ୍ତି ନେଇଛି।

ପ୍ରାପ୍ତ ଖବରରୁ ଜଣାଯାଇଛି ଯେ, ଧାମରା ବନ୍ଦର କର୍ତ୍ତୃପକ୍ଷ ସଡକ ପଥରେ କୋଇଲା ଚାଲାଣ କରୁଥିବା ବେଳେ ଗତ ୧୭ ତାରିଖ ଦିନ କିଛି ନିମ୍ନମାନର କୋଇଲା ଧାମରା ବନ୍ଦରରୁ ଝାରଖଣ୍ଡର ଛାଲିୟାମା ପ୍ଲାଂଟ ସାଇଟ(ରୁଙ୍ଗଟା ମାଇନ୍ସ)କୁ ଚାଲାଣ କରାଯାଇଥିଲା। ଏହି ସମସ୍ତ ଟ୍ରକ ୧୯ତାରିଖ ଦିନ ଛାଲିୟାମା ପ୍ଲାଂଟରେ ପହଂଚିବା ପରେ ରୁଙ୍ଗଟା ମାଇନ୍ସ ଅଧିକାରୀ ୨୭ଟି ଟ୍ରକରେ ନିମ୍ନମାନର କୋଇଲା ଆସିଥିବା ଦର୍ଶାଇ ସଂପୃକ୍ତ ଟ୍ରକଗୁଡିକୁ ଛାଲିୟାମା ପ୍ଲାଂଟ ଥାନାରେ ଜବତ କରାଇ ଦେଇଥିଲେ। ସଂପୃକ୍ତ ଟ୍ରକ ଚାଳକଙ୍କ ସହ ସେମାନଙ୍କ ମୋବାଇଲ ଏବଂ ଏହି ସମସ୍ତ ଟ୍ରକର କାଗଜପତ୍ର ମଧ୍ୟ ଜବତ କରି ନେଇଥିଲେ। ଏହାକୁ ନେଇ ଧାମରା, କଇଥଖୋଲା, ବାଲିମୁଣ୍ଡା, ବିଦେଇପୁର, ବାସୁଦେବପୁର, ଜାମୁଝାଡି, ଚରମ୍ପା ଏବଂ ଭଦ୍ରକ ଠାରେ ଥିବା ସମସ୍ତ ଟ୍ରକ, ଟିପ୍ପର  ସଂଘର କର୍ମକର୍ତ୍ତାମାନେ ଏକ ହେବା ସହ ଧାମରା ବନ୍ଦର ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଧାମରା ବନ୍ଦର କର୍ତ୍ତୃପକ୍ଷ କୋଇଲା ଟ୍ରକରେ ଲୋଡିଂ କରୁଥିବା ବେଳେ ସଂପୃକ୍ତ ଟ୍ରକର ଚାଳକମାନେ ସେଠାରେ ଅନୁପସ୍ଥିତ ରହିଥାନ୍ତି। ଏଥିସହ କୋଇଲା ଲୋଡ ହେବା ପରେ ବନ୍ଦର କର୍ତ୍ତୃପକ୍ଷ ସେହି ଗାଡିଗୁଡିକୁ ସିଲ କରିଥାନ୍ତି। ମାତ୍ର କେଉଁ ପରିସ୍ଥିତିରେ ୨୭ଟି ଟ୍ରକରେ  ନିମ୍ନମାନର କୋଇଲା ଯଥା (ଆରବି-୨) ଗ୍ରେଡର କୋଇଲା ଲୋଡ କରାଗଲା ଏବଂ ସେହି କୋଇଲାକୁ ରୁଙ୍ଗଟା ମାଇନ୍ସ କର୍ତ୍ତୃପକ୍ଷ ନିମ୍ନମାନର ଦର୍ଶାଇ ୨୭ଟି ଟ୍ରକ ଚାଳକଙ୍କୁ ମାନସିକ ନିର୍ଯାତନା ଦେବା ସହ ସେମାନଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କଲେ ତାହାକୁ ନେଇ ଭଦ୍ରକ ଜିଲ୍ଲାର ସମସ୍ତ ଟ୍ରକ ଟିପ୍ପର ସଂଘ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

- Advertisement -

ସମସ୍ତ ସଂଘ ଏହି ବିଷୟରେ ଭଦ୍ରକ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଭଦ୍ରକ ସାଂସଦ, ଚାନ୍ଦବାଲି ବିଧାୟକ, ବାସୁଦେବପୁର, ଭଦ୍ରକ ବିଧାୟକମାନଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ସହ ଆଦାନୀ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ତୁରନ୍ତ ଗିରଫ ହୋଇଥିବା ୨୭ଜଣ ଚାଳକଙ୍କୁ ଯଦି ରୁଙ୍ଗଟା ମାଇନ୍ସ କର୍ତ୍ତୃପକ୍ଷ ନ ଛାଡନ୍ତି ଏବଂ ସେମାନଙ୍କ ବିରୋଧରେ ରୁଜୁ ମାମଲା ନ ଉଠାନ୍ତି, ତା’ହେଲେ ଭଦ୍ରକ ଜିଲ୍ଲାର ସମସ୍ତ ସଂଘ ଆସନ୍ତା ୨୯ ତାରିଖ ଦିନ ଧାମରା ବନ୍ଦରରୁ ରେଳପଥରେ ପରିବହନ କରୁଥିବା ସମସ୍ତ ମାଲବାହୀ ରେଳକୁ ଅନିର୍ଦିଷ୍ଟ ସମୟ ପାଇଁ ରୋକିବାକୁ ଚେତାବନୀ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories