www.samajalive.in
Sunday, December 14, 2025
17.1 C
Bhubaneswar

ଗୋପାଳପୁର କଲେଜ ଛାତ୍ରଙ୍କୁ ଆକ୍ରମଣ

ଗୋପାଳପୁର: ଗୋପାଳପୁର କଲେଜ କ୍ୟାମ୍ପସ ବାହାରେ ଜଣେ ଛାତ୍ରଙ୍କୁ ଅଣଛାତ୍ରମାନେ ସୋମବାର ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ କଲେଜର ଯୁକ୍ତ ୩ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ର ସର୍ବେଶ୍ୱର ଭୂୟାଁ ଆହତ ହୋଇଛନ୍ତି।

ଅଭିଯୋଗ ଅନୁଯାୟୀ, ସର୍ବେଶ୍ୱର ସୋମବାର କଲେଜରୁ କ୍ଲାସ ସାରି ହତା  ବାହାରକୁ ବାହାରି ଫୋନରେ କଥା ହୋଇ ଯାଉଥିଵା ବେଳେ କଲେଜ ରାସ୍ତାରେ ହଠାତ କିଛି ଯୁବକ ତାଙ୍କ ସହିତ ଗଣ୍ଡଗୋଳ କରିବା ସହ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣ କରିଥିବା ଯୁବକଙ୍କ ସହ କଲେଜର ଯୁକ୍ତ ୨ର କିଛି ଛାତ୍ର ମଧ୍ୟ ରହିଥିବା ଅଭିଯୋଗ ହୋଇଛି। କୌଣସି ସୂତ୍ରରୁ ଖବର ପାଇ ଗୋପାଳପୁର ପୁଲିସ ସେଠାରେ ପହଞ୍ଚିଥିଲା। ପୁଲିସକୁ ଦେଖି ଆକ୍ରମଣ କରିଥିବା ଯୁବକମାନେ ସେଠାରୁ ଚମ୍ପଟ ମାରିଥିଲେ। ପୁଲିସ ଛାତ୍ର ଜଣଙ୍କୁ ପଚରା ଉଚରା କରିବା ପରେ ଗୋପାଳପୁର କଲେଜ ଅଧ୍ୟକ୍ଷ ଡ଼.ରାମ ପ୍ରସାଦ ପଣ୍ଡାଙ୍କ ସହ ଘଟଣା ବିଷୟରେ ଆଲୋଚନା କରିଥିଲେ। ଏ ନେଇ ଅଧ୍ୟକ୍ଷ ମାଡ଼ ଖାଇଥିବା ଛାତ୍ର ଜଣକୁ ଡ଼ାକି ପଚରା ଉଚରା କରିଥିଲେ। ଏଥିରେ ସମ୍ପୃକ୍ତ ଥିବା କଲେଜ ଛାତ୍ରଙ୍କୁ ଚିହ୍ନଟ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧ୍ୟକ୍ଷ କହିଛନ୍ତି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories