www.samajalive.in
Saturday, December 6, 2025
16.1 C
Bhubaneswar

ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଘଟଣା – ଅଧ୍ୟକ୍ଷଙ୍କ ବଦଳି ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର

ସମ୍ବଲପୁର: ସମ୍ବଲପୁରର ଛାତ୍ରୀଙ୍କୁ ଜଣେ ଶିକ୍ଷକ ଯୌନ ନିର୍ଯାତନା ଦେବା ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କୁ କଠୋର ଦଣ୍ଡ ବିଧାନ କରିବା ଏବଂ ବିଦ୍ୟାଳୟର ଅଧକ୍ଷଙ୍କୁ ଏହି ଘଟଣାରେ ତଦନ୍ତ ପରିସର ଭୁକ୍ତ କରି ତୁରନ୍ତ ବଦଳି କରିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଅଭିଭାବକ ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମ୍ବଲପୁର ଗସ୍ତ ଅବସରରେ ବୁର୍ଲା ସ୍ଥିତ ଏମସିଏଲ ଅତିଥି ଭବନରେ ଅଭିଭାବକ ସଂଘର ସଭାପତି ସରୋଜ ଦେଓଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିବା ସହିତ ବିଦ୍ୟାଳୟର ବିଭିନ୍ନ ପ୍ରସଙ୍ଗ ଉପରେ ସାକ୍ଷାତ ଆଲୋଚନା କରାଯାଇଥିଲା। ଗତ ୩୦ ତାରିଖ ଦିନ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଅରୁଣ କୁମାର ଯୋଶୀ ନବମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଶ୍ରେଣୀ କୋଠରୀରେ ଯୌନ ନିର୍ଯାତନା ଦେବା ଘଟଣା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଅବଗତ ଥିବା ଏବଂ ଆଇନ ତା ବାଟରେ କାର୍ଯ୍ୟ କରୁଛି ବୋଲି ପ୍ରକାଶ କରିଥିଲେ।

ଏହି ଘଟଣାରେ ବିଦ୍ୟାଳୟର ଅଧକ୍ଷ ଡ଼. ପ୍ରଶାନ୍ତ କୁମାର ଷଡ଼ଙ୍ଗୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ଏବଂ ତୁରନ୍ତ ବଦଳି କରିବାକୁ ଅଭିଭାବକ ସଂଘ ପକ୍ଷରୁ ଦାବି କରାଯାଇଥିଲା। ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ଘଟଣାର ତଦନ୍ତ ଚାଲୁଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଅଭିଭାବକ ସଂଘ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶୃତି ଦେଇଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories