www.samajalive.in
Monday, December 8, 2025
16.1 C
Bhubaneswar

ମିଳିଲାନି ମହାପ୍ରୟାଣ ଗାଡି, ଶବକୁ କାନ୍ଧେଇ ୮ କିମି ଚାଲିଲେ ପରିବାର ଲୋକେ

ନବରଙ୍ଗପୁର: ଶବକୁ ମିଳିଲା ନାହିଁ ସମ୍ମ।ନ। ଶବ ବାହକ ଗାଡି ନ ମିଳିବାରୁ ଦୀର୍ଘ ୮ କିଲୋମିଟର ଶବକୁ କାନ୍ଧରେ ବୋହି ଘରକୁ ନେଲେ ପରିବାର ଲୋକ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ସରଧାପୁର ଗାଁରେ। ମଙ୍ଗଳବାର ସକାଳେ ସରଧାପୁର ଗାଁର ଅର୍ଜୁନ ମାଝୀଙ୍କ ସ୍ତ୍ରୀ ଦେମତି ମାଝୀ ଅସୁସ୍ଥ ହୋଇ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ତେବେ ଆଜି ବୁଧବାର ପୂର୍ବାହ୍ନ ୯ ଘଣ୍ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ପରିବାର ଲୋକେ ଶବ ବାହକ ଗାଡ଼ିକୁ ଯୋଗାଯୋଗ କରିଥିବା ସ୍ୱତେ ଦୀର୍ଘ ୩ ଘଣ୍ଟା ପରେ ମଧ୍ୟ କୌଣସି ଗାଡ଼ି ଆସିନଥିବା ବେଳେ ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ଶବକୁ କାନ୍ଧରେ ବୋହି ଦୀର୍ଘ ୮ କିଲୋମିଟର ଦୂର ସରଧାପୁର ଗାଁକୁ ନେଇଥିଲେ।


ଏ ସମ୍ପର୍କରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସନ୍ଦୀପ ଶତପଥୀଙ୍କୁ ପଚାରିବାରୁ ଏଠାରେ ଥିବା ଆମ୍ବୁଲାନ୍ସ ଯାକ ଖରାପ ହୋଇଛି। ଶବ ବାହକ ଗାଡି ମଧ୍ୟ ନାହିଁ। କାହାର ମୃତ୍ୟୁ ହେଲେ ଉମରକୋଟରୁ ଗାଡି ମଗାଯାଉଛି। ଶବ ବାହକ କିମ୍ବା ଆମ୍ବୁଲାନ୍ସ ନ ଥିବାରୁ ରୋଗୀ ହଇରାଣ ହେଉଛନ୍ତି। ପ୍ରକାଶ ଯେ, ରାଜ୍ୟ ସରକାର ୫ଟି’ ମାଧ୍ୟମରେ ଡାକ୍ତରଖାନା ଗୁଡିକୁ କେବଳ ରଙ୍ଗ ମାରି ଚକାଚକ କରୁଥିବା ବେଳେ, ଡାକ୍ତର ଅଭାବ ଯୋଗୁଁ ରୋଗୀ ଠିକ ଭାବେ ଚିକିତ୍ସା ସେବା ପାଇପାରୁ ନାହାନ୍ତି। କୌଣସି ରୋଗୀଙ୍କ ମୃତ୍ୟୁ ହେଲେ ଘରକୁ ମର ଶରୀର ନେବା ପାଇଁ ମହାପ୍ରୟାଣ ଗାଡିର ବ୍ୟବସ୍ଥା ନାହିଁ। ଦୀର୍ଘ ୩୫ ବର୍ଷ ଧରି ଗୋଟିଏ ପରିବାର ଏଠାରେ ପୂର୍ବରୁ ମନ୍ତ୍ରୀ ଓ ବର୍ତ୍ତମାନ ସାଂସଦ ଓ ବିଧାୟକ ରହି ଶାସନ କରୁଥିବା ବେଳେ ଛୋଟ ଛୋଟ ମୌଳିକ ସୁବିଧାରୁ ଜନସାଧାରଣ ବଂଚିତ ହେଉଥିବା ଅଭିଯୋଗ ହେଉଛି। ଏହି ଅଞ୍ଚଳ ପାଇଁ ଶୀଘ୍ର ଆମ୍ବୁଲାନ୍ସ ଓ ମହାପ୍ରୟାଣ ଗାଡି ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ଏହି ଅଞ୍ଚଳରେ ଅନେକ ସ୍ୱ।ସ୍ଥ୍ୟ ସମସ୍ୟା ରହିଥିଲେ ହେଁ ଏହାର ସମାଧାନ ହୋଇପାରୁ ନଥିବା ଜଣାପଡିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories