www.samajalive.in
Tuesday, December 9, 2025
26.1 C
Bhubaneswar

କିଛି ନୂଆ ଉପାୟରେ ଘରେ ପାଆନ୍ତୁ ପାର୍ଲର ଭଳି ଚମକ

ତ୍ୱଚାରେ ଫେସିଆଲ କରିବା ଦ୍ୱାରା ଯେଉଁ ଚମକ ଆସିଥାଏ, ତାହା ସଭିଁଙ୍କୁ ଖୁବ ଆନନ୍ଦ ଦେଇଥାଏ। ଏହି ଫେସିଆଲ ପାଇଁ ଅନେକ ସମୟରେ ପାର୍ଲର ଯିବାକୁ ପଡ଼ିଥାଏ। ପାର୍ଲର ଯାଇ ଫେସିଆଲ ସାଧାରଣତଃ ମହଙ୍ଗା ମଧ୍ୟ ହୋଇଥାଏ। ତେଣୁ ଏଭଳି କେତେକ ଘରୋଇ ଉପାୟ ରହିଛି ଯାହା ଦ୍ୱାରା ଆମେ ନିଜ ମୁହଁର ଉଜ୍ଜ୍ୱଳତା ଘରେ ମଧ୍ୟ ବୃଦ୍ଧି କରି ପାରିବା। ଜାଣନ୍ତୁ….
ଦହି – ୨ ଚାମଚ ଦହିରେ ସାମାନ୍ୟ ଲୁଣ ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ମୁହଁରେ ଲଗାଇ ଭଲ ଭାବେ ମାଲିସ କରନ୍ତୁ। ୧୫ ମିନିଟ ମାଲିସ କରିବା ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ମୁହଁରେ ସାମାନ୍ୟ ଏଲୋବେରା ଜେଲ୍‍ ଲଗାଇ ଦିଅନ୍ତୁ। ଏହାର ମୁହଁର ଚମକ ବେଶ ବୃଦ୍ଧି କରିଥାଏ।
ଗ୍ଲିସରିନ ଓ ଅଟା – ଅଳ୍ପ ଅଟାରେ ଆବଶ୍ୟକ ଅନୁଯାୟୀ ଗ୍ଲିସରିନ ମିଶାନ୍ତୁ। ନିଜ ଇଚ୍ଛା ଅନୁଯାୟୀ, ସାମାନ୍ୟ ଲେମ୍ବୁ ରସ ମିଶାଇ ପାରିବେ। ଏହାକୁ ଭଲ ଭାବେ ମିଶାଇ ମୁହଁରେ ଲଗାଇ ୧୦ ରୁ ୧୫ ମିନିଟ ରଖନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ। ଆପଣ ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।
ବେସନ ଓ ଲେମ୍ବୁ ରସ – ଅଳ୍ପ ବେସନରେ ପାଣି ଓ ୧ ଚାମଚ ଲେମ୍ବୁ ରସ ମିଶାନ୍ତୁ। ଏହାକୁ ୫ ମିନିଟ ଫ୍ରିଜରେ ରଖି ଦିଅନ୍ତୁ। ଏବେ ଏହାକୁ କାଢି ମୁହଁରେ ଲଗାଇ ୧୦ ମିନିଟ ରଖି ଧୋଇ ଦିଅନ୍ତୁ। ଏହାପରେ ସାମାନ୍ୟ ଏଲୋବେରା ଜେଲ୍‍ ମୁହଁରେ ଲଗାନ୍ତୁ। ଏହା ତ୍ୱଚା ପାଇଁ ଖୁବ ଉପକାରୀ।
ଏଲୋବେରା ଜେଲ୍‍ , ଚିନି – ୨ ଚାମଚ ଏଲୋବେରା ଜେଲରେ ସାମାନ୍ୟ ଚିନି ମିଶାଇ ମୁହଁରେ ଏହି ମିଶ୍ରଣକୁ ୧୦ ମିନିଟ ହାଲକା ମାଲିସ କରନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ।
କାକୁଡ଼ି – ଆଖି ଉପରେ କାକୁଡ଼ିକୁ ଗୋଲ ଆକୃତି କାଟି ମଧ୍ୟ ୧୦ ମିନିଟ ଲେଖାଏଁ ରଖନ୍ତୁ। ଏହା ଆଖିର କଳାପଣ ଦୂର କରିଥାଏ।

 

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories