www.samajalive.in
Saturday, December 6, 2025
15.1 C
Bhubaneswar

ମହାକୁମ୍ଭରୁ ଫେରୁଥିଲେ; ବସ୍‌-କାର୍‌ ମୁହାଁମୁହିଁ ଧକ୍କା, ୬ ମୃତ

ଭୋପାଳ : ମଧ୍ୟପ୍ରଦେଶର ଜବଲପୁର ୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କର୍ଣ୍ଣାଟକର ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୋମବାର ଅର୍ଥାତ୍‌ ୨୪ ଫେବୃଆରୀରେ ଭୋର ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଏକ କାର୍‌ ଓ ବସ୍‌ ମୁହାଁମୁହିଁ ଧକ୍କା ହୋଇ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମହାକୁମ୍ଭରୁ କାର୍‌ରେ ଶ୍ରଦ୍ଧାଳୁମାନେ ପ୍ରୟାଗରାଜରୁ ଜବଲପୁର ଅଭିମୁଖେ ଯାଉଥିବା ବେଳେ ବସ୍‌ଟି ଜବଲପୁରରୁ କଟନୀ ଯାଉଥିଲା ।
ସୂଚନାନୁଯାୟୀ, ସିହୋରା ଖିତୌଲା ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି । କାର୍‌ଟି ଡିଭାଇଡର୍‌ରେ ପିଟି ହୋଇ ବିପରୀତ ଦିଗକୁ ପଳାଇଥିଲା । ଦୁର୍ଘଟଣା ପରେ ବସ୍‌ ଚାଳକ ଗାଡି ସହ ଫେରାର ହୋଇଯାଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାରେ କାର୍‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଦେଖନ୍ତୁ ଭିଡିଓ; ଉଡନ୍ତା ଗୁଣ୍ଡୁଚିମୂଷା, ଲୋକେ କହିଲେ ପ୍ରକୃତିର ଚମତ୍କାର..

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories