www.samajalive.in
Saturday, December 13, 2025
27.1 C
Bhubaneswar

ଖଟ ଭିତରୁ ମିଳିଲା ନଗଦ ୪୨କୋଟି

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଆରଟି ନଗରସ୍ଥିତ ଏକ ଘର ଉପରେ ଗୁରୁବାର ରାତିରେ ଆୟକର ବିଭାଗ ଚଢ଼ଉବେଳେ ନଗଦ ୪୨କୋଟି ଟଙ୍କା ଜବତ କରାଯାଇଛି। ଏହି ଟଙ୍କା ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)ର ଜନୈକ ପୂର୍ବତନ କର୍ପୋରେଟର ଅଶ୍ବତ୍ଥମା ଓ ତାଙ୍କ ଠିକାଦାର ସ୍ବାମୀ ଆର ଅମ୍ବିକାପତିଙ୍କ ଘରର ଖଟ ଭିତରେ ୨୨ଟି ବାକ୍ସରେ ରଖାଯାଇଥିଲା। ଏଥିରେ କେବଳ ୫୦୦ଟଙ୍କିଆ ନୋଟ୍‌ ଥିଲା। ଅଶ୍ବତ୍ଥମା ଜଣେ ପୂର୍ବତନ କଂଗ୍ରେସ ବିଧାୟକଙ୍କ ଭଉଣୀ। ତେଲଙ୍ଗାନା ଅର୍ଥମନ୍ତ୍ରୀଙ୍କ ହରିଶ ରାଓଙ୍କ କହିବାନୁସାରେ ବିଲ୍‌ଡର ଓ ଅଳଙ୍କାର ବ୍ୟବସାୟୀଙ୍କଠାରୁ ଏହି ଟଙ୍କା ସଂଗ୍ରହ କରାଯାଇଛି। ଏହି ଟଙ୍କାକୁ କଂଗ୍ରେସ ନିର୍ବାଚନରେ ଖର୍ଚ୍ଚ ପାଇଁ ରଖିଥିବା ସେ ଅଭିଯୋଗ କରିଛନ୍ତି। କଂଗ୍ରେସ ତେଲଙ୍ଗାନା ନିର୍ବାଚନ ପାଇଁ ପଠାଇଥିବା ୧୫୦୦କୋଟି ଟଙ୍କାର ଏହା ଏକ ଅଂଶ ବୋଲି ସେ ଅଭିଯୋଗ କରିଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories