www.samajalive.in
Thursday, December 11, 2025
18.1 C
Bhubaneswar

ଖୋଜି ଖୋଜି ହମାସ୍‌କୁ ନିପାତ ଯୋଜନା

ତେଲ୍‌ ଆବିଭ୍‌: ହମାସ୍‌ ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ନିପାତ ପାଇଁ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ୍‌) ନୂଆ ଯୋଜନା କରିଛି। ଏହା ଗାଜାର ପ୍ରତି ଘର ସନ୍ଧାନ କରିବ ଓ ଖୋଜି ଖୋଜି ଆତଙ୍କବାଦୀଙ୍କୁ ମାରିବ। ଏହା ହେଉଛି ଆଇଡିଏଫ୍‌ର ଭୂପୃଷ୍ଠରୁ ଆକ୍ରମଣ ଯୋଜନାର ଅଂଶବିଶେଷ। ଏଥିପାଇଁ ସେନା ବ୍ୟତୀତ ପ୍ରାୟ ୪ଲକ୍ଷ ରିଜର୍ଭ ସେନା ପ୍ରସ୍ତୁତ ହୋଇ ରହିଛନ୍ତି। ସୀମାନ୍ତରେ ଲୁହା ବାଡ଼ ପରି ପ୍ରସ୍ତୁତ ହୋଇ ରହିଛି ଶତାଧିକ ଟ୍ୟାଙ୍କ। ହମାସ୍‌ର ପ୍ରତି ସଦସ୍ୟଙ୍କୁ ହତ୍ୟା ପାଇଁ ଏହା ପଣ କରିଛି। ପ୍ରାୟ ୧୪୦ ବର୍ଗ କିଲୋମିଟର ବ୍ୟାପୀ ଜନାକୀର୍ଣ୍ଣ ଗାଜା ପଟିର ଜନସଂଖ୍ୟା ପ୍ରାୟ ୨୩ ଲକ୍ଷ ହୋଇଥିବାବେଳେ ଯୁଦ୍ଧ ଯୋଗୁଁ ସେଥିରୁ ପାଖାପାଖି ୪ଲକ୍ଷ ପଳାୟନ କଲେଣି। ଅନେକ ଘରଦ୍ବାର ଧ୍ବଂସ ପାଇଗଲାଣି। ଇସ୍ରାଏଲ ସେନା ବୁଲ୍‌ଡୋଜର ଲଗାଇ ଅନେକ ରାସ୍ତାଘାଟ ଓ ଅଟ୍ଟାଳିକା ଭାଙ୍ଗି ସାରିଲେଣି। ଯୋଗାଯୋଗ ବ୍ୟବସ୍ଥାକୁ ମଧ୍ୟ ବିଚ୍ଛିନ୍ନ କଲେଣି। ଉପଗ୍ରହ ଜରିଆରେ ଖୋଜି ଖୋଜି ଆତଙ୍କବାଦୀଙ୍କ ଘରକୁ ଧ୍ବଂସ କରାଯାଉଛି ଓ ରକେଟ ମାଡ଼ରେ ବଙ୍କର ତଥା ଅସ୍ତ୍ରଭଣ୍ଡାରଗୁଡ଼ିକୁ ଧ୍ବଂସ କରାଯାଉଛି। ଅବରୋଧ ଯୋଗୁଁ ଗାଜା ଲୋକେ ଛଟପଟ ହେଉଥିବାବେଳେ ଏହି ଆକ୍ରମଣ ହାହାକାର ସୃଷ୍ଟି କରିଛି। ଆଇଡିଏଫ୍‌ର ନିଶାଣରେ ରହିଛି ହମାସ୍‌ର ଭୟଙ୍କର ‘ନିଖ୍‌ବା ବାହିନୀ’। ଏହାର ପ୍ରାୟ ୨୦ ହଜାର ସଦସ୍ୟଙ୍କୁ ମୂଳପୋଛ କରିବା ଲକ୍ଷ୍ୟ ରଖିଛି ଆଇଡିଏଫ୍‌। ଇତିମଧ୍ୟରେ ପ୍ରାୟ ୬ହଜାର ରକେଟ ଓ କ୍ଷେପଣାସ୍ତ୍ର ଆକ୍ରମଣ କଲାଣି ଇସ୍ରାଏଲ। ଅପରପକ୍ଷରେ ହମାସ୍‌ ପାଖରେ ୩୦ ହଜାର କ୍ଷେପଣାସ୍ତ୍ର ଓ ରକେଟ ମହଜୁଦ୍‌ ଥିବା ଜଣାପଡ଼ିବା ପରେ ଏହାକୁ ଧ୍ବଂସ ଯୋଜନା କରିଛି ଆଇଡିଏଫ୍‌।

ହମାସ୍‌ ଗାଜା ପଟିରେ ନିର୍ମାଣ କରିଥିବା ବହୁ ସଂଖ୍ୟକ ସୁଡ଼ଙ୍ଗ ଭିତରେ ଆତଙ୍କବାଦୀ ଓ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବାବେଳେ ଆଇଡିଏଫ୍‌ ଏହି ସୁଡ଼ଙ୍ଗଗୁଡ଼ିକୁ ଧ୍ବଂସ କରିବା ଉଦ୍ୟମ ଆରମ୍ଭ କରିଛି। ହମାସ୍‌ କହିଛି ଯେ ଏହି ସୁଡ଼ଙ୍ଗ ୫୦୦ କିଲୋମିଟର ଦୀର୍ଘ। ଏହାର ଉଚ୍ଚତା ୩୦ ଫୁଟ। ଏହାକୁ ଧ୍ବଂସ କରିବା ଆଇଡିଏଫ୍‌ ପକ୍ଷରେ ସମ୍ଭବ ନୁହେଁ। ‘ଗାଜା ମେଟ୍ରୋ’ ଭାବେ ପରିଚିତ ଏହି ସୁଡ଼ଙ୍ଗ ନେଟ୍‌ୱର୍କ ଇସ୍ରାଏଲ ଭିତରକୁ ଲମ୍ବିଛି। ଏହା ଉପରେ ଆକ୍ରମଣ କଲେ ଇସ୍ରାଏଲ ବିପୁଳ କ୍ଷତି ସହିବ। ୨୦୨୧ରେ ଆଇଡିଏଫ୍‌ ମାତ୍ର ୧୦୦କିଲୋମିଟର ସୁଡ଼ଙ୍ଗ ଭାଙ୍ଗିବାରେ ସଫଳ ହୋଇଥିଲା। ଏହି ସୁଡ଼ଙ୍ଗ ଭିତରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଗତ ୭ ତାରିଖରେ ଏହି ବାଟେ ଆସି ହମାସ୍ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା। ୨୦୦୭ରେ ହମାସ୍‌ ଗାଜା ଶାସନ କ୍ଷମତା ହାସଲ କରିବା ପରେ ଏହାକୁ ନିର୍ମାଣ କରିଥିଲା। ଏହି ବାଟ ଦେଇ ହମାସ୍‌ ଯାବତୀୟ ବେଆଇନ କାରବାର କରିଥାଏ। ଏହାକୁ ଅନେକ ‘ଟେରର ଟ​‌େ​‌ନଲ’ ବୋଲି କହିଥାନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories