www.samajalive.in
Thursday, December 11, 2025
18.1 C
Bhubaneswar

ଡିସେମ୍ବର ୩୧ରୁ ଗଲାଣି ବିଜେବିର ସ୍ବୟଂଶାସିତ ମାନ୍ୟତା, ସ୍ପଷ୍ଟୀକରଣ ମାଗିଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ମହାବିଦ୍ୟାଳୟ ବିଜେବିର ସ୍ବୟଂଶାସିତ ମାନ୍ୟତା ନାହିଁ। ବିନା ମାନ୍ୟତାରେ ଚାଲିଛି ବିଜେବି। ଗତ ଡିସେମ୍ବର ୩୧ରୁ ସ୍ବୟଂଶାସିତ ମାନ୍ୟତା ସମାପ୍ତ ହୋଇଥିଲେ ବି ଏହାକୁ ବୃଦ୍ଧି କରିବାକୁ ତତ୍ପରତା ପ୍ରକାଶ ପାଇନି। କାହିଁକି ଏ ଦିଗରେ ପଦକ୍ଷେପ ନେବାରେ ଅବହେଳା କରାଯାଉଛି; ସେନେଇ ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟୀକରଣ ମାଗିଛି। କେବଳ ସ୍ବୟଂଶାସିତ ମାନ୍ୟତା ନୁହେଁ ୩ଟି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବାକୁ ବିଜେବି ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (ଓଏସ୍ଏଚ୍ଇସି)ର ସୂଚନା ଆଧାରରେ ବିଭାଗ ଏହି ନିର୍ଦେଶ ଦେଇଛି। ଓଏସ୍ଏଚ୍ଇସିର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ଚିଠି ଅନୁସାରେ, ଗତ ୨୦୨୦ ଡିସେମ୍ବର ୩୧ରୁ କଲେଜର ସ୍ୱୟଂଶାସିତ ମାନ୍ୟତା ସରିଲାଣି। ଏହାକୁ ବୃଦ୍ଧି କରିବା ପାଇଁ କଲେଜ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହିଁ। ସେହିଭଳି ବାରମ୍ବାର ଓଏସ୍ଏଚ୍ଇସିର ଯୋଗାଯୋଗ ପରେ ବି ନାକ୍ ରିଆକ୍ରିଡେସନ୍ ପଡ଼ି ରହିଛି। କଲେଜର ଗଭର୍ଣ୍ଣିଂ ବଡିର ପୁନର୍ଗଠନ ପାଇଁ କୌଣସି ସାନି ପ୍ରସ୍ତାବ ଆସିନାହିଁ। ଏସବୁଥିରେ କାହିଁକି ଅବହେଳା କରାଯାଇଛି; ତା’ର ସ୍ପଷ୍ଟୀକରଣ ଦେବାକୁ ଉଚ୍ଚଶିକ୍ଷା ବିଭାଗ ବିଜେବି କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛି। ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ବିଜେବି କଲେଜ ଅଧ୍ୟକ୍ଷ ଜିଏମ୍‌ ଖାନ୍ କହିଛନ୍ତି ଯେ, ସମସ୍ତ ବିଷୟରେ ଖୁବ୍‌ଶୀଘ୍ର ଆମେ ଉତ୍ତର ରଖିବୁ। କିଛି ବନ୍ଦ ଅବସ୍ଥାରେ ନାହିଁ। ସମସ୍ତ ପ୍ରକ୍ରିୟା ଜାରି ରହିଛି। ଏହା ଲମ୍ବା ପ୍ରକ୍ରିୟା। କୋଭିଡ୍ ପାଇଁ ଏଥିରେ ବିଳମ୍ବ ହୋଇଯାଇଥିଲା। ପୂର୍ବରୁ ଯେଉଁ ରିପୋର୍ଟ ଦାଖଲ ହୋଇଥିଲା, ତାହାକୁ ସଂଶୋଧନ କରି ଆମେ ପୁଣି ଦାଖଲ କରିବାକୁ ଯାଉଛୁ।

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories