କଟକ: ବାରବାଟୀ ଷ୍ଟାଡ଼ିୟମସ୍ଥ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟରେ ଚାଲିଥିବା ବାସ୍କେଟବଲ କ୍ଲଷ୍ଟର-୨ ପ୍ରତିଯୋଗିତାର ଶୁକ୍ରବାର ବାଳକ ଓ ବାଳିକା ବିଭାଗ ମ୍ୟାଚ ଖେଳାଯରାଇଥିଲା। ବାଳକ ବିଭାଗରେ ଏମ୍ଜିଏମ୍ ରାୟପୁର ୨୫-୧୮ରେ ଏନ୍ଏଚ୍ ଗୋୟାଲ ସ୍କୁଲକୁ ପରାସ୍ତ କରିଥିବାବେଳେ ସାଇ ଇଣ୍ଟରନ୍ୟାସନାଲ ଆବାସିକ ବିଦ୍ୟାଳୟ କଟକ ୨୫-୨୬ରେ ସେଣ୍ଟ ଜାଭିୟର୍ସ ବାରବାଟୀ ନିକଟରୁ ପରାଜିତ ହୋଇଛି। ଏସ୍ବିଡି ଇଣ୍ଟରନ୍ୟାସନାଲ ସ୍କୁଲ ଭଦ୍ରକ ୧୪-୧୩ରେ ବିକାଶ ରେସିଡେଣ୍ଟସିଆଲ ସ୍କୁଲ ଖୋର୍ଦ୍ଧାକୁ, ଓଡିଏମ୍ ପବ୍ଲିକ ସ୍କୁଲ ଭୁବନେଶ୍ବର ୨୧-୭ରେ ଓଡିଏମ୍ ଗ୍ଲୋବାଲ ସ୍କୁଲ ଚନ୍ଦକାକୁ ପରାସ୍ତ କରିଛି। ବାଳିକାରେ ମଦର୍ସ ପବ୍ଲିକ ସ୍କୁଲ ଭୁବନେଶ୍ବର ୧୦-୨ରେ ଜିଡିଏମ୍ ଗ୍ଲୋବାଲ ସ୍କୁଲ ଭୁବନେଶ୍ବରକୁ, ବିକାଶ ଏକାଡେମୀ ସମ୍ବଲପୁର ୭-୩ରେ ସାଇ ଇଣ୍ଟରନ୍ୟାସନାଲ ଆବାସିକ ବିଦ୍ୟାଳୟ କଟକକୁ ପରାସ୍ତ କରିଛି।
Popular Categories



