www.samajalive.in
Monday, December 8, 2025
16.1 C
Bhubaneswar

ସନ୍ଧ୍ୟା ୫ଟା ମୁଖ୍ୟ ଖବର

-ବଙ୍ଗୋପସାଗରରେ ଆସୁଛି ବାତ୍ୟା, ୨୬ରେ ଉପକୁଳ ମୁହାଁଇବ। ୨୨ରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ବାତ୍ୟା ରୂପ ନେବ: ଆଇଏମ୍‌ଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା

–ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ଓ ଡିଉର ସାମୁଦ୍ରିକ ଘୂର୍ଣ୍ଣିଝଡ଼ ତୌତେ ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି

– ଗୁଜରାଟରେ ପ୍ରଧାନମନ୍ତ୍ରୀ ମୋଦୀ ; ତାଉ-ତେର କରିବେ ସମୀକ୍ଷା

– ନୂଆ ଗୋପନୀୟତା ନୀତି ପ୍ରତ୍ୟାହାର ପାଇଁ ପୁଣି ହ୍ବାଟ୍‌ସଆପକୁ କେନ୍ଦ୍ରର ନିର୍ଦେଶ

– କରୋନାର ମୁକାବିଲା ନେଇ ସାମାଜିକ ଗଣମାଧ୍ୟମ ଜରିଆରେ କେନ୍ଦ୍ରମନ୍ତ୍ରୀଙ୍କ ଭିଡ଼ିଓ ବାର୍ତା
– ଓଡ଼ିଶାର ସମସ୍ତ ଭାଇ ଭଉଣୀ ଓ ଗୁରୁଜନ ମାନଙ୍କୁ ଟେଷ୍ଟିଂ ଅଭିଯାନରେ ସାମିଲ ହୋଇଏହାକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ଦେଶରେ ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨.୬୭ ଲକ୍ଷ ; ୪ ହଜାର ୫୨୯ ମୃତ

ଦେଶରେ ଗତ ୨୪ଘଣ୍ଟା ଭିତରେ ୩ଲକ୍ଷ ୮୯ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଜାତୀୟ ରାଜଧାନୀର ସଫଦରଜଙ୍ଗ ହସ୍ପିଟାଲ ପରିଦର୍ଶନ କରି ସେଠାରେ କୋଭିଡ-୧୯ ପରିଚାଳନା ଓ ସଂକ୍ରମିତଙ୍କ ଚିକିତ୍ସା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକର ସମୀକ୍ଷା କରିଛନ୍ତି

ଦେଶରେ ଏପର୍ଯ୍ୟନ୍ତ ୧୮ କୋଟି ୫୮ ଲକ୍ଷ ଡୋଜ୍‍ କୋଭିଡ ଟିକା ଦିଆଯାଇ ସାରିଲାଣି, ଗତ ୨୪ଘଣ୍ଟାରେ ୧୩ଲକ୍ଷ ୧୨ ହଜାର ହିତାଧିକାରୀଙ୍କୁ ଟିକା ପ୍ରଦାନ କରାଯାଇଛି 

– ଦୁର୍ବଳ ହେଲା ବାତ୍ୟା ତାଉ-ତେ, ଉତ୍ତର ଭାରତରେ ପ୍ରବଳ ବର୍ଷା ଆଶଙ୍କା

– ପିଲାଙ୍କ ଉପରେ କରୋନା ଟିକା ପରୀକ୍ଷଣ ବିରୋଧରେ ପିଟିଶନ, କେନ୍ଦ୍ର ସରକାର ଓ ଭାରତ ବାୟୋଟେକକୁ ନୋଟିସ

– ଟିକା ଉତ୍ପାଦନ ପାଇଁ ଅଧିକ ଔଷଧ କମ୍ପାନୀଙ୍କୁ ମଞ୍ଜୁରୀ ଦେବାକୁ ଗଡ଼କରୀଙ୍କ ପ୍ରସ୍ତାବ

– ଭାରତବାସୀଙ୍କୁ ଅଣଦେଖା କରି କୋଭିସିଲ୍ଡ ଟିକା ରପ୍ତାନି କରିନାହିଁ-ଆଦାର ପୁନାୱାଲା

– ସୀମାନ୍ତରେ ଅନୁପ୍ରବେଶ ଉଦ୍ୟମ ବିଫଳ; ବିଏସଏଫ ହାତରେ ଧରାପଡିଲା ପାକିସ୍ତାନୀ ଅନୁପ୍ରବେଶକାରୀ

– ନିୟନ୍ତ୍ରଣ ରେଖାରେ ‘ଚାଏ ପେ ଚର୍ଚ୍ଚା’; ଉରିରେ ଭାରତୀୟ ସେନା ଖୋଲିଲା ନୂଆ କାଫେ

– ପାନାସିଆ ବାୟୋଟେକରୁ ସମସ୍ତ ଅଂଶଧନ ପ୍ରତ୍ୟାହାର କଲେ ଆଦାର ପୁନାୱାଲା 

– କରୋନା ଭୂତାଣୁର ସିଙ୍ଗାପୁର ଭାରିଆଣ୍ଟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଏକ ଟ୍ବିଟକୁ ଖଣ୍ଡନ କଲେ ସିଙ୍ଗାପୁର ସରକାର

– କେଜ୍ରିୱାଲଙ୍କ ଟ୍ବିଟ୍‌କୁ ନେଇ ବଢ଼ିଲା ବିବାଦ; ଭାରତୀୟ ଉଚ୍ଚାୟୁକ୍ତଙ୍କୁ ସିଙ୍ଗାପୁରର ସମନ୍‌

– ରାଜ୍ୟରେ ଦିନକରେ ୧୧୦୯୯ ନୂଆ କରୋନା ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୪୬୦

– ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪ ଜିଲାରୁ ୨୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୨୩୭୮କୁ ବୃଦ୍ଧି

–ବର୍ଦ୍ଧିତ ତାଲାବନ୍ଦରେ ନିୟମିତ ମୋ ବସ ସେବା ବନ୍ଦ ରହିବ

– ରାଉରକେଲାରେ ୧୮ ବର୍ଷରୁ ଅଧିକ ବର୍ଗଙ୍କ ପାଇଁ ଖୋଲିବ ଆଉ ୪ଟି ଟିକାକରଣ କେନ୍ଦ୍ର

– ବାଲେଶ୍ଵର ଜିଲା ନୀଳଗିରି ଅଞ୍ଚଳରେ ଚଳନ୍ତା ବାଇକରୁ ଯୁବକଙ୍କୁ ଝାମ୍ପିନେଲେ ଭାଲୁ

–ଫୁଲପାହାଡି ଗ୍ରାମରୁ ୮ ଫୁଟ ର ଅଜଗର ଉଦ୍ଧାର

–ପାଟଣାରେ କରୋନା କଟକଣା ନ ମାନି ତଣ୍ଡ ଗଣିଲେ ଅମାନିଆ

–୨୦୨୨ରେ ଭାରତୀୟ କ୍ରିକେଟ ଦଳର ବାଂଲାଦେଶ ଗସ୍ତ, ୨୦୧୫ ପରେ ପ୍ରଥମ ; ୨ ଟେଷ୍ଟ ମ୍ୟାଚ ଓ ୩ଟି ଏକଦିବସୀୟ ଖେଳିବେ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories