ରାତି ୯ଟା-ମୁଖ୍ୟ ଖବର

– ବାତ୍ୟା ପ୍ରଭାବିତଙ୍କୁ ୭ଦିନ ପର୍ଯ୍ୟନ୍ତ ଦିଆଯିବ ରିଲିଫ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

 ପ୍ରଭାବିତ ୧୨୮ଟି ଗାଁ ଲୋକଙ୍କୁ ୭ଦିନ ଯାଏଁ ମିଳିବ ରିଲିଫ

–ବାତ୍ୟା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା 

–ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟ ରାସ୍ତାକୁ ୨୪ଘଣ୍ଟା ମଧ୍ୟରେ ମରାମତି କରାଯିବ, ୨୪ ଘଣ୍ଟା ମଧ୍ୟରେ ୮୦% ବିଦ୍ୟୁତ ଯୋଗାଣ ସ୍ବାଭାବିକ କରିବାକୁ ନିର୍ଦେଶ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୁଣି ବିମାନ ଉଡାଣ ଆରମ୍ଭ, ବାତ୍ୟା ଯୋଗୁଁ ଗତକାଲି ରାତିରୁ ବିମାନ ଚଳାଚଳ ବନ୍ଦ ଥିଲା

–ଛାଡିଲା ବାତ୍ୟା, ବଢିଲା ଦୁର୍ଦଶା : ୟସ ପ୍ରଭାବରେ ଅଶାନ୍ତ ହେଲା ସମୁଦ୍ର, ଅସ୍ଥାୟୀ ବାତ୍ୟାଆଶ୍ରୟ ସ୍ଥଳି ନିକଟକୁ ମାଡି ଆସିଲା ଲୁଣା ଜୁଆର ଢେଉ

–ଆଖଣ୍ଡଳମଣି ତିହିଡି ଚାନ୍ଦବାଲି ମୁଖ୍ୟ ରାସ୍ତାର ଆଶ୍ରମଛକ ନିକଟରେ ୨ଫୁଟ ଉଚ୍ଚରେ ପ୍ରବାହିତ ହେଉଛି ଲୁଣାପାଣି, ୧୫ଗୋଟି ଗାଁକୁ ଯୋଗାଯୋଗ ବାଧାପ୍ରାପ୍ତ

–ବାତ୍ୟାରେ ଦୁଇ ଜଣଙ୍କ ମୃତ୍ୟୁ : ସ୍ୱତନ୍ତ୍ର ରିଲିଫ କମିଶନର, ବାଲେଶ୍ୱରରେ ଜଣେ ଓ କେନ୍ଦୁଝରରେ ଜଣଙ୍କର ମୃତ୍ୟୁ

-ବାଲେଶ୍ୱର ଗସ୍ତରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୁନରୁଦ୍ଧାର କାମର କରିବେ ତଦାରଖ

-ବାତ୍ୟା ୟସ୍‌ର ଶେଷାଂଶ ସ୍ଥଳଭାଗ ଛୁଇଁବା ସହିତ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସମାପ୍ତ ହୋଇଛି।

ଏଏନ୍‌ଡିଆର‌୍‌ଏଫ୍ ଓ ଓଡ୍ରାଫ୍ ଦଳ ଉପୁଡି ପଡିଥିବା ଗଛ ରାସ୍ତା ଉପରୁ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି

-ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଯାଜପୁର ଜିଲ୍ଲାରେ ଅଧିକ କ୍ଷୟକ୍ଷତି ଘଟିନାହିଁ ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି -ଶିମିଳିପାଳରେ ଅଧିକ ବର୍ଷା ହୋଇଥିବା ଯୋଗୁଁ ବୁଢାବଳଙ୍ଗ ନଦୀରେ ବନ୍ୟା ହେବାର ଆଶଙ୍କା ନେଇ ଜଳ ସମ୍ପଦ ବିଭାଗ ବିଭାଗ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରାଯାଉଛି

-ଯାଜପୁର ଜିଲ୍ଲାର ବ୍ୟାସନଗର ଏବଂ ଯାଜପୁର ପୌରାଞ୍ଚଳ, କୋରେଇ ବ୍ଲକ ଏବଂ ଅନ୍ୟାନ୍ୟ ସ୍ଥାନରେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି

-ପାରାଦ୍ବୀପ ଅଞ୍ଚଳରେ ବାତ୍ୟା ୟସ୍‌ର ପ୍ରଭାବରେ ପଡିଯାଇଥିବା ଗଛଗୁଡିକୁ କଟାଯାଇ ରାସ୍ତା ଅବରୋଧ ହଟାଯାଉଛି। -ଏନ୍‌ଡିଆର‌୍‌ଏଫ୍‌ର ଏବଂ ଓଡ୍ରାଫ୍‌ର ଏକାଧିକ ଟିମ୍ ତ୍ବରିତ ପଦକ୍ଷେପ ଗ୍ରହଣ କରି ଅବରୋଧ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି।

– ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ନେଇ ମୟୂରଭଞ୍ଜ ଜିଲାପାଳଙ୍କ ସୂଚନା

-ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଅଞ୍ଚଳରେ ବ୍ୟାପକ ଗଛ ଉପୁଡ଼ି ପଡ଼ିଥିବା ସୂଚନା 

–ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ବିଶେଷ କ୍ଷତିଗ୍ରସ୍ତ ହୋଇନଥିବା ସୂଚନା

– ବାତ୍ୟା ୟାସ୍ ସ୍ଥଳଭାଗ ଛୁଇଁବା ପରେ ସୁନ୍ଦରଗଡ଼ ଜିଲାର କେତେକ ଅଞ୍ଚଳରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି
– ବିଶେଷ କରି ସୁନ୍ଦରଗଡ଼ ଜିଲାର ନୂଆଗାଁ, କୁଆଁରମୁଣ୍ଡା, ବିଶ୍ରା, ଲାଠିକଟା, ଲହୁଣୀପଡା, କୋଇଡା ଆଦି ଅଞ୍ଚଳରେ ବର୍ଷା ପବନ

– ଆସନ୍ତାକାଲି ସକାଳେ ଡିପ୍ ଡିପ୍ରେସନ ହୋଇ ଝାଡ଼ଖଣ୍ଡ ମୁହାଁଇବ ୟସ : ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ମୃତ୍ୟୁୟଞ୍ଜୟ ମହାପାତ୍ର କହିଛନ୍ତି।

– ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ମୟୂରଭଞ୍ଜ କୁସୁମୀ ବ୍ଲକରେ ସର୍ବାଧିକ ୩୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୨୮୮, ରାଜନଗରରେ ୨୭୫, ଏରସମାରେ ୨୭୧ ମିମି ବର୍ଷା ହୋଇଥିବା ସୂଚନା ମିଳିଛି।

–ୟାସର ପ୍ରଭାବ ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା । ଯେଉଁଠି ପାଣି ଜମିଛି , ସେଠି ଅଫିସର ଅଛନ୍ତି। ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ନାହିଁ

– ଚିଲିକାକୂଳ ତିନିଟି ଗାଁରେ ପଶିଲା ସମୁଦ୍ର ପାଣି; ବାତ୍ୟା ପ୍ରଭାବରେ ଭାଙ୍ଗିଲା ସୁରକ୍ଷା ପ୍ରାଚୀରର କିଛି ଅଂଶ

– ଦେଶରେ ଆଉ ୨,୦୮,୯୨୧ ନୂଆ ସଂକ୍ରମିତ ଚିହ୍ନଟ

-ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୧,୫୭,୭୯୫, ଚିକିତ୍ସାଧୀନ ଅବସ୍ଥାରେ ୪,୧୫୭ ଆକ୍ରାନ୍ତଙ୍କ ମୃତ୍ୟୁ,ମୋଟ କରୋନା ଜନିତ ମୃତ୍ୟୁ ୩,୧୧,୩୮୮
– ରାଜ୍ୟରେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ; ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୫୮୪ରେ ପହଞ୍ଚିଛି
– ଓଡ଼ିଶାରେ ଦିନକରେ ନୂଆ ୧୧୬୨୩ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୨୦୨୧

– ଜାତିସଂଘ ମହାସଚିବଙ୍କୁ ଭେଟିଲେ ଜୟଶଙ୍କର; ଟିକା ପ୍ରସଙ୍ଗରେ ହେଲା ଆଲୋଚନା

– ଆଜି ବୁଦ୍ଧ ପୂର୍ଣ୍ଣମୀ, ସଂପୂର୍ଣ୍ଣ ଚନ୍ଦ୍ରଗ୍ରହଣ

– ମଇ ୨୫ ସୁଦ୍ଧା ଦେଶରେ ୨୦ କୋଟିରୁ ଅଧିକ ପାନ ଟିକାକରଣ
– ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ କରୋନା ସଂକ୍ରମିତ; ହସପିଟାଲରେ ଭର୍ତ୍ତି
– ବୁର୍ଲା ଭିମସାର ଆଶୁଚିକିତ୍ସା ବିଭାଗରେ ନେଗେଟିଭ କୋଭିଡ଼ ରୋଗୀ ପିଜିଟିଭ ହେବାକୁ ନେଇ ଉତ୍ତେଜନା

 

Comments are closed.