ବିବାହ ଉତ୍ସବରେ ନିଆରା ଉପହାର

ବାଙ୍କୀ: ଶୁକ୍ରବାର ଦିନ ସ୍ଥାନୀୟ ତୁଳସୀପୁର ଗ୍ରାମର ପ୍ରସନ୍ନ କୁମାର ସାହୁଙ୍କର ସୁପୁତ୍ରୀ ଋତୁପର୍ଣ୍ଣା ସାହୁଙ୍କର ବିବାହ ଉତ୍ସବରେ ବିଭିନ୍ନ ଅତିଥି ମାନେ ବିବିଧ ପ୍ରକାରର ଉପହାର ଦେଇଥିଲା ବେଳେ ବାଙ୍କୀର ପରିବେଶ ପାଇଁ କାର୍ଯ୍ୟ କରି ପ୍ରକୃତିବନ୍ଧୁ ପୁରସ୍କାରରେ ପୁରସ୍କୃତ ହୋଇଥିବା ବ୍ୟକ୍ତି ମାନେ ପ୍ରସନ୍ନ କୁମାର ସାହୁଙ୍କର ନିମନ୍ତ୍ର୍ରଣ ରକ୍ଷା କରି ନିଜ କନ୍ୟାଙ୍କ ବିବାହ ଉତ୍ସବରେ ନିଆରା ଉପହାର ଗ୍ରହଣ କରିଛନ୍ତି। ଅତିଥି ପ୍ରକୃତିବନ୍ଧୁ ବିଦ୍ୟାଧର ଖଟୁଆ, ବଳରାମ ପାଇକରାୟ, ମନୋଜ କୁମାର ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ଅକ୍ଷୟ କୁମାର ସାମଲ, ଦିପକ ସାମନ୍ତରାୟ ଓ କବି ବଂଶୀଧର ମହାପାତ୍ର ଯୋଗଦେଇ ଦୃଷ୍ଟାନ୍ତ ମୂଳକ ସବୁଜ ଚାରା ଋତୁପର୍ଣ୍ଣାଙ୍କୁ ଉପହାର ଦେଇ ଆଗାମୀ ଦିନରେ ନବ ଦମ୍ପତି ପରିବେଶର ସୁରକ୍ଷା, ବୃକ୍ଷ ରୋପଣ ଓ ଗଛଟିର ଯତ୍ନ ନେବା ପାଇଁ ସାମୁହିକ ଆଗ୍ରହ ପ୍ରକାଶ କରିବେ ବୋଲି ପରାମର୍ଶ ଦେଇଛନ୍ତି। ପ୍ରକୃତି ବନ୍ଧୁଙ୍କ ଠାରୁ ଏଭଳି ନିଆରା ଉପହାର ପାଇ ସେ ବିବାହ ଉତ୍ସବରେ ଖୁସି ପ୍ରକଟ କରି ଗଛ ଟିଏ ଜୀବନ ଟିଏ ବୋଲି ପରିବାର ଲୋକଙ୍କ ସହ ଯତ୍ନଶୀଳ ହେବେ ବୋଲି କୃତଜ୍ଞତା ଜଣାଇଛନ୍ତି।

Comments are closed.