www.samajalive.in
Monday, December 8, 2025
16.1 C
Bhubaneswar

କୋଭିଡ ଟୀକାକରଣ ସଂପର୍କୀତ ସଚେତନ କର୍ମଶାଳା

ଆଠଗଡ: ଆଠଗଡ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ କୋଭିଡ ଟୀକାକରଣ ସଂପର୍କୀତ ଏକ ସଚେତନତା କର୍ମଶାଳା ଶୁକ୍ରବାର ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ସୂର୍ଯ୍ୟଭବନଠାରେ ଅନୁଷ୍ଠିତ ହୋଇଯାଇଛି। ବିଜୁ ଛାତ୍ର ଜନତା ସଭାପତି ସତ୍ୟପ୍ରିୟ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖାଦ୍ୟଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ସାର୍ବଜନୀନ ଟୀକାକରଣ ଦ୍ୱାରା କରୋନା ମହାମାରୀର ସଫଳ ମୁକାବିଲା କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିପାଇଁ ଶନିବାରଠାରୁ ଗାଁ କୁ ଗାଁ ବୁଲି ଟୀକାକରଣ ପାଇଁ ଲୋକଙ୍କ ନାମ ପଞ୍ଜିକରଣକୁ ତ୍ୱରାନ୍ୱିତ କରିବା ଲାଗି ବିଜୁ ଛାତ୍ର ଓ ଯୁବ ଜନତା ଦଳର ସଦସ୍ୟମାନଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ। ଯେତେ ଅଧିକ ସଂଖ୍ୟାରେ ଲୋକ ଟୀକା କରଣ କରିବେ କରୋନା ସଂକ୍ରମଣରୁ ସେତିକି ଅଧିକ ରକ୍ଷା ମିଳିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିବା ସହ ଏଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି କର୍ମଶାଳାରେ କଟକ ଜିଲ୍ଲା ବିଜେଡି ଉପସଭାପତି ନୃସିଂହ ମହାପାତ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ତିଗିରିଆ ଯୁବ ଜନତା ସଭାପତି ପ୍ରୀତିରଞ୍ଜନ ବେହେରା, ଆଠଗଡ ଯୁବ ଜନତା ସଭାପତି ଅଜୟ ସ୍ୱାଇଁ, ଏନଏସି ଯୁବ ଜନତା ସଭାପତି ଶିବ ଶଙ୍କର ଜେନା, ନଗର ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ, ତିଗିରିଆ ଛାତ୍ରଜନତା ସଭାପତି ହିମାଂଶୁ ଶେଖର ସ୍ୱାଇଁ, ଜିଲ୍ଲା ଛାତ୍ର ଜନତା ଉପସଭାପତି ସନ୍ତୋଷ ମିଶ୍ର, ସଂପାଦକ ଶୁଭେନ୍ଦୁ ବେଉରା, ଜିଲ୍ଲା ବିଜେଡି ସଂପାଦକ ପ୍ରଦୀପ୍ତ ଦାସ, ଦୀପକ ଆଚାର୍ଯ୍ୟ ଓ ଅଶୋକ ରାଉତ ପ୍ରମୁଖ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories