କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ତଥା ଜି ଆର ପି ଫାଣ୍ଡି ଅନ୍ତର୍ଗତ କୁକୁଡ଼ାହାଡ଼ ଗାଁ ନିକଟସ୍ଥ ରେଲୱେ ଟ୍ରାକରେ ଜଣେ ଯୁବକର ଖଣ୍ଡ ବିଖଣ୍ଡିତ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତ ଯୁବକ ହେଲେ ବେଳପଡା ଥାନା ଅନ୍ତର୍ଗତ ରାଡ଼ବାହାଲ ଗାଁର ସୁରେଶ ପ୍ରସାଦ ହଂସ। ସୂଚନାଯୋଗ୍ୟ ଯେ ମୃତ ସୁରେଶଙ୍କ ବାପା ବିଘ୍ନ ରାଜ ହଂସଙ୍କ କହିବା ଅନୁସାରେ ଆଜି ସକାଳୁ ସେ ଘରେ ଥିଲେ। ଦିନ ୧୦ଟା ପରେ ଘରୁ ବାହାରିଥିଲେ। ହେଲେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ କୁକୁଡ଼ାହାଡ଼ ଗାଁ ସ୍କୁଲ ପାଖ ରେଳ ଟ୍ରାକରୁ ମୃତଦେହ ମିଳିଥିଲା। ଘଟଣାସ୍ଥଳରେ କଣ୍ଟାବାଞ୍ଜି ଜିଆରପି ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।
Popular Categories



