www.samajalive.in
Monday, December 15, 2025
15.1 C
Bhubaneswar

ସିଆର ରିପୋର୍ଟ ତଲବ ମାମଲାର ଶୁଣାଣି କଲେ ତହସିଲଦାର

ହରଭଙ୍ଗା: ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁରୁ ପଥର ଉତୋଳନ ମାମଲାରେ ଗ୍ରାମବାସୀ ପକ୍ଷରୁ ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ କତୃପକ୍ଷ(ସିଆ)ର ଦ୍ୱାରସ୍ଥ ହୋଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ସିଆ ପକ୍ଷରୁ ହରଭଙ୍ଗା ତହସିଲଦାରଙ୍କୁ ରିପୋର୍ଟ ତଲବ କରାଯାଇଥିଲା।ଏହି ମାମଲାର ସ୍ପଷ୍ଟୀକରଣ ପାଇଁ ହରଭଙ୍ଗା ତହସିଲଦାର ବିଶ୍ୱଜିତ ପ୍ରଧାନ ଅଭିଯୋଗକାରୀ ୪ଜଣ ଗ୍ରାମବାସୀଙ୍କୁ ନୋଟିସ କରିଥିଲେ। ଶନିବାର ଅଭିଯୋଗକାରୀ ଗ୍ରାମବାସୀଙ୍କୁ ଅଫିସକୁ ଡକାଇ ଖରଭୁଇଁ ୨ ଏବଂ ୩ ପଥରକୁଆରୀରର ସ୍ପଷ୍ଟୀକରଣ ରଖିବା ସହିତ ଇସି.ସିଟିଓ ଏବଂ ପ୍ରଦୂଷଣ ପ୍ରମାଣପତ୍ର ସର୍ମ୍ପକୀତ କାଗଜପତ୍ର ରହିଥିବା ସ୍ପଷ୍ଟ କରିଥିଲେ। ରେଳପଥ କାର୍ଯ୍ୟପାଇଁ ୩ମାସ କୁଆରୀ ଅନୁମତି ଦିଆଯାଇଥିବା ମଧ୍ୟ ବୁଝାଇଥିଲେ।କ୍ରସର ଆଉ ପଥର କୁଆରୀ ବନ୍ଦ କରିବାକୁ ଗ୍ରାମବାସୀ ତହସିଲଦାରଙ୍କୁ ପୁନଃ ଦାବୀ କରିଥିଲେ। ଏହା ସହିତ କେଉଁ ନିୟମ ଆଧାରରେ କ୍ରସର ଏବଂ ପଥର କୁଆରୀ ଚାଲୁଛି ଏଥିପାଇଁ ନିୟମ କଣ ରହିଛି ଗ୍ରାମବାସୀ ତହସିଲଦାରଙ୍କୁ ଉତର ମାଗିବାରୁ ଖଣି ଅଧିକାରୀ ଏହାର ଉତର ଦେଇପାରିବେ ବୋଲି କହିଥିଲେ। ଶୁଣାଣି ସମୟରେ ତହସିଲଦାରଙ୍କ ସହିତ ଏଆରଏସଏସ କମ୍ପାନୀର କର୍ମକର୍ତା ଏବଂ ଗ୍ରାମ ସଭାପତି ଏବଂ ସମ୍ପାଦକଙ୍କ ସହ ଅନ୍ୟ ଦୁଇଜଣ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories