www.samajalive.in
Saturday, December 13, 2025
23.1 C
Bhubaneswar

ଶାସନ ଥାନା ଦ୍ୱାରା ୧୪୩ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏବେ ସମ୍ବଲପୁର ରକ୍ତ ଭଣ୍ଡାରେ ରକ୍ତର ଅଭାବକୁ ଦୂର କରିବା ପାଇଁ ସମ୍ବଲପୁର ପୁଲିସ ଦ୍ୱାରା ନିୟମିତ ରକ୍ତ ଦାନ ଶିବିର ଆୟୋଜିତ ହେଉଛି। ଏହି କ୍ରମରେ ବୁଧବାର ଶାସନ ଥାନା ଦ୍ୱାରା ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରକୁ ସଦର ଏସଡିପ୍ଖସ ପ୍ରଦୀପ ସାହୁ ଉଦଘାଟନ କରିଥିବା ବେଳେ ଥାନାଧିକାରୀ ସୁରୁବାବୁ ଛତ୍ରିଆ ଓ ଅନ୍ୟ ଅଧିକାରୀ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଥାନା ଅଧିକାରୀ ଶ୍ରୀ ଛତ୍ରିଆ ନିଜେ ରକ୍ତଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଶିବିରକୁ ସମ୍ବଲପୁର ରକ୍ତ ଭଣ୍ଡାରର ଅଧିକାରୀ ଡା. କଳ୍ପେଶ କକ୍କଡ, ସନ୍ତୋଷ ଗୌଡ, କର୍ମଦେବ ପଟେଲ ଓ କର୍ମଚାରୀ ମାନେ ପରିଚାଳନା କରିଥିଲେ। ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି ରାମଦାସ ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଆୟୋଜନ ଓ ପରିଚାଳନାରେ ଏସଆଇ ରାମେଶ୍ୱର ସିଂ, ଏଏସଆଇ ଗଜିନ୍ଦ୍ର ସେଠ, ନିରଞ୍ଜନ ଦେହୁରୀ, ଭାରତୀ ହୋତା, ଦିଲେଶ୍ୱର ପ୍ରଧାନ, ସୁକାନ୍ତି କୁମାରୀ, ସ୍ୱାଧିନ ଛତର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଶିବିରକୁ ସ୍ଥାନୀୟ ଡା. ବିନୋଦ ବିହାରୀ ନାୟକ, ଅନନ୍ୟା ନାୟକ, ମିଥୁନ ହୋତା, ଦୁଷ୍ମନ୍ତ ହୋତା, ସମିତି ସଦସ୍ୟ ଅମରଲତା ବେହେରା, ଶାନ୍ତନୁ ହୋତା, ଗୋପାଳ ଅଗ୍ରୱାଲ, ଯୋଗୁ ନାଥ ଙ୍କ ସମେତ ଥାନାଞ୍ଚଳ ଅଧିନସ୍ଥ ସ୍ଥାନୀୟ ନିବାସୀ ମାନେ ସହାୟତା କରିଥିଲେ। ରକ୍ତ ଅଭାବରେ କାହାରି ଜୀବନ ନ ଯାଉ ବୋଲି ଲକ୍ଷ୍ୟ କରାଯାଇ ସମ୍ବଲପୁର ପୁଲିସ ପକ୍ଷରୁ ନିୟମିତ ରକ୍ତ ଦାନ ଶିବିର ଆୟୋଜିତ କରାଯାଉଛି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories