ମୋହନା: ଗଜପତି ଜ଼ିଲ୍ଲା ମୋହନା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ୧୦ମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଡେ ଉପଲକ୍ଷେ ଜ଼ିଲ୍ଲାସ୍ତରୀୟ ଆର୍ଟ ଅଫ୍ ଗିଭିଂ ଡେ ପାଳିତ ହୋଇଯାଇଛି। ଚଳିତ ବର୍ଷର ଉପାଦେୟ ପ୍ରସଙ୍ଗ ରହିଛି ସାହାଯ୍ୟକାରୀଙ୍କୁ ସାହାଯ୍ୟ କ୍ଷ ଜ଼ିଲ୍ଲା କିସ୍ ଓ କିଟ୍ ସଂଯୋଜକ ଉଦିତ କୁମାର ସିଂଙ୍କ ସଂଯୋଜନାରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଡାକ୍ତର ନମିତା ପଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ମଧୁସୂଦନ ପାଢ଼ୀ ଯୋଗ ଦେଇ ସେବାର ମହତ୍ୱ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ କାର୍ୟ୍ୟରତ ୩୦ ଜଣ ଅଙ୍ଗନାବାଡି କର୍ମୀ, ୨୦ ଆଶା ଦିଦି, ୬ ଜଣ ଆମ୍ବୁଲାନ୍ସ କର୍ମଚାରୀ, ୨ ଜଣ ସୁଈପର୍ ଏବଂ ୩ ଜଣ ଅଟୋ ଚାଳକଙ୍କୁ ବିଭିନ୍ନ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
Popular Categories



