ଫୁଲବାଣୀ: ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ହରିହର ରୋଡ୍ କନ୍ଧମାଳ ଶାଖାର ଚଳିତ ବର୍ଷ ଲେବେଲ୍ ୩ ପଦୋନ୍ନତି ପାଉଥିବା କନ୍ଧମାଳ ଜିଲ୍ଲାର ସମସ୍ତ ୪୪୨ ଶିକ୍ଷକ ଶିକ୍ଷୟିତ୍ରୀ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଏକ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଉପସଭାପତି ପରିଚାଳନା କରିଥିବା ବେଳେ ରାଜ୍ୟ ସଙ୍ଗଠନ ସମ୍ପାଦକ ବିଦେଶୀ କୁମାର ନାୟକ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ସୀମାଞ୍ଚଳ ମୁଖି ସଂଯୋଜନା କରିଥିବା ବେଳେ ବିଭିନ୍ନ ବ୍ଲକ ପ୍ରତିନିଧି ସୁକାନ୍ତ କୁମାର ବେହେରା, ବିରାଜିନୀ ମହାପାତ୍ର, ଦିନେଶ କୁମାର ବେହେରା, ରାଧାନାଥ ସାହୁ, ଲତାଞ୍ଜଳି ମହାନ୍ତି, ପଦ୍ମଲୋଚନ ପଣ୍ଡା, ରାଜିବ ମହାନନ୍ଦ, ଯୋଗେଶ୍ୱର ବେହେରା, ଡମ୍ବରୁଧର ସାହୁ ବଂଶୀ ଧର ନନ୍ଦ, ଶିବ ଦିଗାଲ ଆଦି ଶିକ୍ଷକ ଶିକ୍ଷୟିତ୍ରୀ ପଦୋନ୍ନତି ଓ କାଉଁସିଲିଙ୍ଗ୍ କିପରି ସ୍ବଛ ନିର୍ମଳ ଓ ଶାନ୍ତି ଶୃଙ୍ଖଳାର ସହିତ ହେବ ତାହା ଉପରେ ଆଲୋଚନା କରିଥିଲେ।
Popular Categories



