www.samajalive.in
Sunday, December 14, 2025
26.1 C
Bhubaneswar

୩ ଅସହାୟ ଶିଶୁଙ୍କୁ ସହାୟତାର ହାତ ବଢ଼ାଇଲେ ଜିଲ୍ଲାପାଳ

ହରଭଙ୍ଗା: ଶୈଶବ ଅବସ୍ଥାରେ ମା-ବାପାଙ୍କ ପାଖରେ ଅଳି ଅର୍ଦ୍ଦଳି କରି କଟୁଥିଲା ଦିନ। ବାପା-ମାଆଙ୍କ କଳିର କରୁଣ ପରିଣତିରେ ଆଖି ବୁଜିଲେ ମାଆ। ମାଆର ହତ୍ୟାକାଣ୍ଡରେ ଅଭି୍‌‌ଯୁକ୍ତ ବାପା ଜେଲରେ। ମାଆ ସବୁଦିନ ପାଇଁ ଆରପାରିରେ। ହତ୍ୟାକାରୀ ବାପା ଜେଲ ଚାରିକାନ୍ଥରେ। ଏଭଳି ଅବସ୍ଥାରେ ତିନିଜଣ ଶିଶୁ ଅସହାୟ ଅବସ୍ଥାରେ। ପାଖରେ ଆହା କରିବାକୁ କେହି ନାହିଁ। ଏଭଳି ଅସହାୟ ଅବସ୍ଥାରେ ସୂଦୁର ହରଭଙ୍ଗା ବ୍ଲକର ଦୁର୍ଗମ ତଳଗାଁ ପଂଚାୟତର ବଡଭୁରତା ଗ୍ରାମରୁ ୫୦ କିଲୋମିଟର ରାସ୍ତା ଅତିକ୍ରମ କରି ଜିଲ୍ଲାପାଳଙ୍କୁ ସହାୟତା ଭିକ୍ଷା ପାଇଁ ପଂହଚିଥିଲେ ୩ ଜଣ ମା ଛେଉଣ୍ଡ ଅସହାୟ ଶିଶୁ। ଜିଲ୍ଲାପାଳ ସତ୍ୟରଜ୍ଞନ ସାହୁ ଶିଶୁମାନଙ୍କ ମୁହଁରୁ ସବୁକଥା ଶୁଣିଲା ପରେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ। ସେମାନଙ୍କ ପାଇଁ ରେଡକ୍ରସ ପାଣ୍ଠିରୁ ତତ୍କାଳ ୧୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ଏହା ସହିତ ସେମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ବୀରନରସିଂହପୁର ରାମକୃଷ୍ଣ ବାଳାଶ୍ରମରେ ପାଠପଢ଼ିିବା ପାଇଁ ବନ୍ଦୋବସ୍ତ କରିଥିବା ଜଣାପଡ଼ିଛି। ଜିଲ୍ଲାପାଳଙ୍କ ଏହି ଉଦାର ଏବଂ ମହତ୍‌‌ କାମ ତିନିଜଣ ଅସହାୟ ଶିଶୁଙ୍କ ମୁହଁରେ ହସ ଫୁଟାଇ ପାରିଛି। ସୂଚନା ଥାଉ କି ଗତ ୧୮ ଏପ୍ରିଲ ତାରିଖର ଘଟଣା।ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ତଳଗାଁ ବଡଭୁରତା ଗ୍ରାମର ଅଭୟ ନାଏକ ପନ୍ତ୍ରୀ କଇମତିକୁ ଠେଙ୍ଗାରେ ପିଟି ହତ୍ୟା କରିଥିଲା। ହତ୍ୟାକାଣ୍ଡ ପରେ ଅଭୟ ବୌଦ୍ଧ ଜେଲରେ ସଜା କାଟୁଥିବା ବେଳେ ତାଙ୍କର ୩ ଜଣ ଶିଶୁ ମା ଛେଉଣ୍ଡ ହୋଇ ଅସହାୟ ଅବସ୍ଥାରେ ରହିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories