ଅସହ୍ୟ କର୍କଟ ଯନ୍ତ୍ରଣା ଭୋଗୁଛି ଗୋମତୀ, ଲୋଡୁଛି ବଞ୍ଚିବାର ସାହାରା

ଲଡୁଗାଁ: କଳାହାଣ୍ଡି ଜିଲ୍ଲା ଲଡୁଗାଁ ସନ୍ନିକଟ କାଉଡୋଳା ଗ୍ରାମରୁ ଏକ ଛାତି ଥରା ଦୃଶ୍ୟ ଦେଖିବାକୁ ମିଳିଛି। ଗୋମତୀ ଅସହ୍ୟ କର୍କଟ ଯନ୍ତ୍ରଣା ଭୋଗୁଛି। ପୁଣି ବେସାହାରା ହୋଇ ବଞ୍ଚିବାର ସାହାରା ଲୋଡୁଛି। ସ୍ୱାସ୍ଥ୍ୟ ବୀମା କାର୍ଡ କାହାପାଇଁ ବରଦାନ ସାଜିଥିବା ବେଳେ ଗୋମତୀ ପାଇଁ ଯେମିତି ଅଭିଶାପ ସଦୃଶ ଉଭା ହୋଇଛି। ହାତ ଧରି ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ଜୀବନ ଜିଇଁବାର କଥା ଦେଇଥିଲା ହେଲେ ନିଷ୍ଠୁର ସ୍ଵାମୀ ପ୍ରାୟ ୧୫ ବର୍ଷ ହେବ ଅଧାବାଟରେ ଛାଡି ଘରୁ ତଡ଼ିଦେଲା । ଏ ସ୍ୱାର୍ଥପର ଦୁନିଆରେ ଯେମିତି ଗୋମତୀ ଏକା ହୋଇଗଲା। ଆଖିରେ ଅନେକ ସ୍ୱପ୍ନ, ମନରେ ଆଗାମୀ ଭବିଷ୍ୟତ ଓ ପେଟପାଟଣା ଚିନ୍ତାରେ କାମ କରିବାକୁ ବାହାର ରାଜ୍ୟକୁ ଗଲା। ହେଲେ ରୋଜଗାର କରି ପେଟ ପାଟଣା କରିବ କଅଣ ଦଇବ ସେତକ ବି ସହିଲାନି, ଆଜି ସେ କର୍କଟ ଭଳି ଦୁରାରୋଗରେ ପୀଡିତ।

ସୂଚନାନୁସାରେ ଗୋମତୀ ପାତ୍ର (୪୫) ହାଇଦ୍ରାବାଦରେ କାମ କରୁ କରୁ ହଠାତ୍ ବାମପଟ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ପୁଣି ପରବର୍ତ୍ତୀ ସମୟରେ ଖ୍ରୀଷ୍ଟିଆନ ହସ୍ପିଟାଲ ବିଷମକଟକ ରେ ଅସ୍ତ୍ରୋପଚାର କଳାପରେ ହାତ ଫୁଲିବା କମିନଥିବା ଅଭିଯୋଗ କରିଛନ୍ତି ମହିଳା। ଉଚ୍ଚତର ଚିକିତ୍ସା ନିମନ୍ତେ ଭୁବନେଶ୍ବର ନେଇ ଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି କ୍ଷ କର୍କଟ ରୋଗରେ ପୀଡିତ ଭଉଣୀକୁ ଚିକିତ୍ସା ପାଇଁ ଯାହା କିଛି ବି ଆର୍ଥିକ ସମ୍ବଳ ଥିଲା ତାହା ମଧ୍ୟ ବିକ୍ରି କରି ହୋଇ ସାରିଲାଣି ସାନ ଭଉଣୀ ମମତା ଛତ୍ରିଆ। ଅନ୍ୟ ପଟେ ମମତାଙ୍କ ସ୍ଵାମୀ ଦିନ ମଜୁରିଆ ହୋଇଥିବାରୁ ଚିକିତ୍ସା କରିପାରୁନଥିବା ନିଜକୁ ଅସହାୟ ପ୍ରକାଶ କରିଛନ୍ତି କ୍ଷ ଘର ଚଳିବା ବି କଷ୍ଟକର ହୋଇପଡିଥିବା ବେଳେ ଏଭଳି ପରିସ୍ଥିତିରେ ଗୋମତୀ ପାଖରେ ସ୍ୱାସ୍ଥ୍ୟ ବୀମା କାର୍ଡ ନଥିବା ସରକାରଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଉପହାସ କରୁଛି। ଏଭଳି ପରିସ୍ଥିତିରେ ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟ ନିତ୍ୟାନ୍ତ ଆବଶ୍ୟକ। କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ତତ୍ତ୍ୱଦର୍ଶି ଦାସଙ୍କୁ ଏ ନେଇ ଅବଗତ କରିବା ପରେ ଆଗରୁ ଆମେ ତାଙ୍କୁ ରେଫର୍ କରିଥିଲୁ। ସେ ଆସିଲେ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଯଦି କେହି ସହୃଦୟ ବ୍ୟକ୍ତି ଗୋମତୀ ଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ଏହି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସହଯୋଗ କରିବା ପାଇଁ ତାଙ୍କ ଭଉଣୀ ମମତା ଛତ୍ରିଆ ଅନୁରୋଧ କରିଛନ୍ତି।

ନାମ- ମମତା ଛତ୍ରିଆ
ଗ୍ରାମ – କାଉଡୋଳା
ଆକାଉଣ୍ଟ୍ ନମ୍ବର – ୩୪୨୮୮୦୦୯୮୩୧
ଆଇଏଫଏସସି- ଏସବିଆଇଏନ୦୦୦୫୫୭୦
ମୋବାଇଲ ନମ୍ବର – ୮୨୬୦୩୪୯୨୧୮

Comments are closed.