www.samajalive.in
Saturday, December 13, 2025
23.1 C
Bhubaneswar

ବିଶ୍ୱ ମ୍ୟାଲେରିଆ ଦିବସରେ ଜନସଚେତନତା

ଆଠଗଡ଼: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଧାଇପୁର ପଞ୍ଚାୟତ ଅନ୍ତର୍ଗତ ରାଧାପ୍ରସନ୍ନପୁର ଗ୍ରାମରେ ମଙ୍ଗଳବାର ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଜନସଚେତନତା ସୃଷ୍ଟି କରାଯାଇଛି। ଏଥିରେ ସଂଯୋଜନା କରି ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‌‌ ଅସ୍‌‌ଲମ୍‌‌ ଆମ ରାଜ୍ୟ ଓଡ଼ିଶା ଏକ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ହୋଇଥିବାରୁ ୨୦୩୦ସୁଦ୍ଧା ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ସଂକଳ୍ପବଦ୍ଧ ଉଦ୍ଦ୍ୟମ ଜାରି ରହିଛି ବୋଲି କହିବା ସହିତ ଏଥିପାଇଁ ଜନସଚେତନତା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ମାଇଆନୋଫେଲିସ ମଶା କାମୁଡିବା ଦ୍ୱାରା ମ୍ୟାଲେରିଆ ରୋଗ ହୋଇଥାଏ ଏବଂ ଏହାର ଲକ୍ଷଣଗୁଡିକ ମଧ୍ୟରେ କମ୍ପ, ଜ୍ୱର ସହିତ ଝାଳ ବୋହିବା, ମୁଣ୍ଡ ବ୍ୟଥା ହେବା ଓ ବାନ୍ତି ସହ ସର୍ଦ୍ଦି, କାଶ ହୋଇଥାଏ ବୋଲି ସେ ସୂଚନା ଦେଇଥିଲେ। ଏପରି ଲକ୍ଷଣ ଦେଖାଗଲେ କାଳବିଳମ୍ବ ନକରି ଆଶାଦିଦି ଅବା ସ୍ୱାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ କରି ଆବଶ୍ୟକୀୟ ଚିକିତ୍ସା କରାଇବା ଉପରେ ଶ୍ରୀ ଅସଲମ ଗୁରୁୁତ୍ୱାରୋପ କରିଥିଲେ। ଏଥିସହିତ ମଶା ବଂଶ ରୋକିବା ଦିଗରେ ପଦକ୍ଷେପ ନେବା, ଶୋଇବା ସମୟରେ ମଶାରି ବ୍ୟବହାର କରିବା ଅଥବା ମଶାବତୀ, ନିମ୍ବଧୂଆଁ, ମଶାନାଶକ ତେଲ ବ୍ୟବହାର କରିବା ଆବଶ୍ୟକ। ଘର ଚତୁଃପାର୍ଶ୍ବ ସବୁବେଳେ ସଫାସୁତୁରା ରଖିବା ଏବଂ ଅଧିକ ଦିନ କୌଣସି ସ୍ଥାନରେ ପାଣି ଜମା ହେବାକୁ ନଦେବା ଲାଗି ସେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ଅଙ୍ଗନବାଡି କର୍ମୀ ଶୁଭଲକ୍ଷ୍ମୀ ରାଉତ, ଆଶାକର୍ମୀ ପୁଷ୍ପଲତା ସାହୁଙ୍କ ସମେତ ଗାଁ କଲ୍ୟାଣ ସମିତିର ସଦସ୍ୟ ଓ ବହୁ ଗ୍ରାମବାସୀ ଯୋଗଦାନ କରିଥିଲେ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories