www.samajalive.in
Sunday, December 14, 2025
17.1 C
Bhubaneswar

କରାଟେ ବେଲ୍ଟ ପରୀକ୍ଷାରେ ୨୮ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

ଲାଞ୍ଜିଗଡ: ଶୋକୋକାଇ ସିଟୋରିଓ କରାଟେ ଜାତୀୟ ଚିପ୍ ଟେକନିକାଲ ଡ଼ାଇରେକ୍ଟର ତଥା ଉତ୍କଳ କରାଟେ ସ୍କୁଲ ଫାଉଣ୍ଡର ସେଭେନ ଡନ୍ ବ୍ଲାକ ବେଲ୍ଟ ହନସୀ ଡ଼. ହରି ପ୍ରସାଦ ପଟନାୟକଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା ଉତ୍କଳ କରାଟେ ସ୍କୁଲ ଲାଞ୍ଜିଗଡ ଶାଖା ତଥା ଲାଞ୍ଜିଗଡ ଉତ୍କଳ କରାଟେ ସ୍କୁଲ ସମ୍ପାଦକ ସେକେଣ୍ଡ ଡନ୍ ବ୍ଲାକ ବେଲ୍ଟ ସେନପାଇ କ୍ଷମାନିଧି ମହାଖୁଡଙ୍କ ନେତୃତ୍ୱରେ ଲାଞ୍ଜିଗଡ ଏସଏସଡି ସ୍କୁଲ ଠାରେ କରାଟେ କଲର ବେଲ୍ଟ ପରୀକ୍ଷା ହୋଇଥିଲା। ଏଥିରେ ୩୪ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସେମାନଙ୍କୁ ଆତ୍ମରକ୍ଷା କୌଶଳ ଶିଖାଇବା ସହ ଶାରିରୀକ ଦକ୍ଷତା କିପରି ବଢ଼ାଇବା ଓ ନିଜକୁ ଏବଂ ଅନ୍ୟକୁ କିପରି ଶତ୍ରୁ କବଳରୁ କିପରି ସୁରକ୍ଷା ଦେଇ ପାରିବେ ଏହାକୁ ନେଇ ସେନପାଇ ଶ୍ରୀ ମହାଖୁଡ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବା ସହ ସେମାନଙ୍କ ବେଲ୍ଟ ପରୀକ୍ଷା କରାଇଥିଲେ। ସେମାନଙ୍କ ମଧ୍ୟରୁ ୟେଲୋ ବେଲ୍ଟ ପରୀକ୍ଷାରେ ଅର୍ଶିକା ପାଣ୍ଡେ, ବିଶ୍ୱଜିତ ବେହେରା, ଅଭିଲିପ୍ସା ପଲେଇ, ସୋୟମ ଓଡିଆ, ମୋହିତ ବେମାଲ, ପୁଷ୍ପେନ୍ଦୁ ବିଶ୍ୱାଳ, ଶିବାନଶୀ ମିଶ୍ର, ସୋର୍ଣିମା ମହାପାତ୍ର, ହେମନ୍ତ ମଲ୍ଲିକ, ଦିବ୍ୟାନଶୁ ଯୋଶୀ, ସିଏଚ ସାଇ ସ୍ୱାଶତ ପାଇଥିବା ବେଳେ ଅରେଞ୍ଜ ବେଲ୍ଟ ପରୀକ୍ଷାରେ କାବ୍ୟଶ୍ରୀ ମହାପାତ୍ର, ଆରଧ୍ୟା ଆରଧନା, ଅଭନିଷ କୁମାର ସାହୁ, ରିୟାନ ମିଶ୍ର, ଲୋକେଶ ବିଶ୍ୱାଳ, ଗଙ୍ଗାଧର ମଲ୍ଲିକ ପାଇଥିଲେ। ସେହିଭଳି ଗ୍ରୀନ୍ ବେଲ୍ଟ ପରୀକ୍ଷାରେ ସୋନକ ସମଦର୍ଶୀ ସାହୁ, ଆୟୁଷ ଦୁବେ, ଆର୍ଶୀବାଦ ବାଡ଼ତିଆ, ଅର୍ପିତା ବାଡ଼ତିଆ, ଆଦ୍ୟାସା ପ୍ରିୟଦର୍ଶୀ ଦାସ, ରୋଜାଲିନୀ ଲେଙ୍କା ଓ ରାଜେଶ ମାଝୀ ପାଇଥିଲେ। ସେହିପରି ବ୍ରାଉନ୍ ବେଲ୍ଟ ପାଇଁ ରବୀନ୍ଦ୍ର ବେନାଲ ଓ ରଞ୍ଜିତ ହରିଜନ ଉତ୍ତୀର୍ଣ୍ଣ ହୋଇଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories