www.samajalive.in
Sunday, December 14, 2025
17.1 C
Bhubaneswar

ବଡ଼ସାମନ୍ତରାପୁରରେ ପୋଟଳେଇଙ୍କ ‘ଦୁଧ ଘାଟ ପାଣି ଘାଟ’ ଯାତ୍ରା

ଚୌଦ୍ୱାର: ଚୌଦ୍ୱାର ଥାନା ଅନ୍ତର୍ଗତ ବଡସାମନ୍ତାରପୁର ଗ୍ରାମସ୍ଥିତ ଆରାଧ୍ୟା ଦେବୀ ପୀଠ ମା’ ପୋଟଳେଇଙ୍କ ପୀଠରେ ପ୍ରସିଦ୍ଧ ଦୁଧ ଘାଟ ପାଣି ଘାଟ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାହାନ୍ତାରୁ ମାଙ୍କ ପୀଠରେ ସମସ୍ତ ନୀତିକାନ୍ତି ପରେ ଅପରାହ୍ନ ୧୨ଟା ପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଦେବୀଙ୍କର ମନ୍ଦିର ଦ୍ୱାର ଖୋଲା ଯାଇଥିଲା। ମାନସିକଧାରୀ ମାନେ ମାଙ୍କ ଦର୍ଶନ ତଥା ପୁଜା ପାଠ ପାଇଁ କଳସି,ବିଞ୍ଛଣା ଓ ଭୋଗରାଗ ଧରି ଦୀର୍ଘ ସମୟ ଧାଡିରେ ଠିଆହୋଇ ଥିବା ବେଳେ ମାଙ୍କ ଦ୍ୱାର ଫିଟା ହେବା ପରେ ଶ୍ରଦ୍ଧାଳୁ ମାନେ ଦର୍ଶନ, ପୂଜାର୍ଚ୍ଚନା ଓ ମାନସିକ ସାମଗ୍ରୀ ପ୍ରଦାନ କରିଥିଲେ। ସାରାଦିନ ବ୍ୟାପି ଅନୁଷ୍ଠିତ ଏହି ଯାତ୍ରାରେ ବହୁଦୁରାନ୍ତରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଯୋଗ ଦେଇଥିଲେ।ଯାତ୍ର ପଡ଼ିଆରେ ଖୋଲିଥିବା ବିବିଧ ଘରକରଣା ସାମଗ୍ରୀର ଦେକାନ ମାନଙ୍କରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଯାତ୍ରାରେ ଶୃଂଖଳା ରକ୍ଷା ପାଇଁ ଚୌଦ୍ୱାର ଥାନା ପକ୍ଷରୁ ୫ଜଣ ଅଧିକାରୀଙ୍କ ସମେତ ଏକ ପ୍ଲାଟୁନ୍‌‌ ଫୋର୍ସ ମୁତୟନ କରାଯାଇଥିଲା। ଗ୍ରାମ ପରିଚାଳନା କମିଟି ଉପଦେଷ୍ଟା ଜୟନ୍ତ କୁମାର ମହାପାତ୍ର, ସଭାପତି ସୂର୍ଯ୍ୟମଣୀ ରାଉତ,ଶରତ ଚନ୍ଦ୍ର ସାହୁ, ସନ୍ତୋଷ ରାଉତ, ରଞ୍ଜନ କୁମାର ମାଝୀଙ୍କ ସମେତ ଗ୍ରାମବାସୀ ମାନେ ଯାତ୍ରା ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories