www.samajalive.in
Monday, December 15, 2025
15.1 C
Bhubaneswar

ବିଶ୍ୱଶାନ୍ତି ହିଙ୍ଗୁଳା ମହାଯଜ୍ଞ ସମାପନ

ଗୁରୁଡ଼ିଝାଟିଆ: ୪ଦିନ ଧରି କଖଡି ହିଙ୍ଗୁଳା ଯଜ୍ଞମଣ୍ଡପରେ ଅନୁଷ୍ଠିତ ମା ହିଙ୍ଗୁଳା ବିଶ୍ୱଶାନ୍ତି ମହାଯଜ୍ଞ ଆଜି ସମାପନ ହୋଇଛି।ମାଆଙ୍କ ପୂଜାର୍ଚ୍ଚନା ଓ ପୂର୍ଣ୍ଣାହୁତି ଦେଖିବା ପାଇଁ ସ୍ଥାନୀୟ ନଦୀକୂଳ ଅଞ୍ଚଳ ସହିତ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ। ଗାଁ କମିଟିର ସଭାପତି ଦିଲ୍ଲିପ କୁମାର ଛତାରଙ୍କ ଉପସ୍ଥିତିରେ ୬୬ତମ ମା ହିଙ୍ଗୁଳା ବିଶ୍ୱଶାନ୍ତି ମହାଯଜ୍ଞରେ ଯଜ୍ଞ କମିଟି ସଭାପତି ଚନ୍ଦ୍ରଶେଖର ପରିଡ଼ା, ସରପଞ୍ଚ କଳ୍ପନା ଛତାର, କୋଷାଧ୍ୟକ୍ଷ ନାରାୟଣ ସାହୁ ଓ ଗାଁର ମୁରବୀ ଓ ଯୁବକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ଲଉଡି ନୃତ୍ୟ ଓ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଶେଷରେ ଏକ ଶୋଭାଯାତ୍ରାରେ ମାଆଙ୍କ ଘଟକୁ ନିଆଯାଇ ଘାଟକୂଳ ଠାରେ ବିସର୍ଜ୍ଜନ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories