ବାଲେଶ୍ୱର /ସୋର : ବାଲେଶ୍ୱର ଜିଲା ସୋରରେ ୧୬ ନମ୍ବର ଜାତୀୟ କଡ଼ରେ କୁଢକୁଢ ମଲା କୁକୁଡ଼ା ପଡ଼ିଥିବା ରବିବାର ଦେଖିବାକୁ ମିଳିଛି। ଫଳରେ ସାଧାରଣରେ ବାଡ଼ଫ୍ଲୁ ଆତଙ୍କ ଦେଖାଦେଇଛି। ପଶୁ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ଚଳାଇଥିବା ବେଳେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଗାଁ ଓ ସହର ବିଭିନ୍ନ ସ୍ଥାନରେ କୁକୁଡ଼ା ମରିପଡ଼ିଛନ୍ତି। ଦେଶି, ବ୍ରଏଲର, ଅଷ୍ଟ୍ରେଲିଆ କୁକୁଡ଼ା ଏହି ରୋଗରୁ ବାଦ ପଡ଼ିନାହାନ୍ତି ବୋଲି ଜଣାପଡ଼ିଛି। କୁକୁଡ଼ା ମଡ଼କ ପରେ ବଜାରରେ ଜୀବିତ କୁକୁଡ଼ାର କିଲୋ ୫୦ ଟଙ୍କା ତଳକୁ ଖସି ଆସିଛି ବୋଲି ସୂଚନା ମିଳିଛି।
Popular Categories



