www.samajalive.in
Saturday, December 13, 2025
26.1 C
Bhubaneswar

୬ ଲକ୍ଷ ଟଙ୍କା ସହ ସୁନାଗହଣା ଲୁଟ ଅଭିଯୋଗ

ଅନୁଗୁଳ : ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପୁରୁଣାଗଡ଼ ସାହିରେ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଡକାୟତି ହୋଇଛି। ପୁରୁଣାଗଡ଼ ସାହିର ପ୍ରମୋଦ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଘରୁ ରାତି ପ୍ରାୟ ୨ ରୁ ୩ ଟା ଭିତରେ ୫ ରୁ ୬ ଜଣ ଦୁର୍ବୃତ୍ତ ଘରେ ପଶି ପ୍ରାୟ ୬ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ , ରାତିରେ ପ୍ରମୋଦ ଶୋଇଥିବା ଅବସ୍ଥାରେ ଦୁର୍ବୃତ୍ତମାନେ ତାଙ୍କ ଘରେ ପଶି ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ବନ୍ଧୁକ ଭୟରେ ପ୍ରମୋଦ ଦୁର୍ବୃତ୍ତଙ୍କୁ ପ୍ରାୟ ୬ ଲକ୍ଷ ଟଙ୍କା ଓ ଘରେ ଥିବା ସମସ୍ତ ସୁନା ଗହଣା ଦେଇଥିଲେ। କେତେ ପରିମାଣର ଲୁଟ ହୋଇଛି ତାହାର ଆକଳନ କରାଯାଉଛି। ସାହିର କିଛି ଦୂରରେ ପ୍ରମୋଦଙ୍କ ଏକୁଟିଆ ଘରର ସୁଯୋଗ ନେଇ ଦୁର୍ବୃତ୍ତ ତାଙ୍କ ଘରେ ପଶି ଲୁଟ କରିଥିଲେ ବୋଲି ଜଣାପଡ଼ିଛି। । ଏନେଇ ପ୍ରମୋଦ ପୁଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଏଯାବତ୍‍ ଥାନାରେ ଲିଖିତ ଅଭିଯୋଗ ହୋଇ ନାହିଁ ବୋଲି ସୂଚନା ମିଳିଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories