MEllora 950×100

ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର

ଜଗତସିଂହପୁର : ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହାନଦୀର କୋଟକଣା ଘାଟର କିଛି ଦୂରରେ ଶନିବାର ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ନାବାଳକ ଜଣଙ୍କ ଦୁଇ ଦିନ ହେବ ନିଖୋଜ ଥିଲେ ବୋଲି ଜଣାପଡ଼ିଛି।
ସୂଚନା ଯୋଗ୍ୟ, ଗତ ଗୁରୁବାର ଦିନ ଉକ୍ତ ନାବାଳକ ଜଣଙ୍କ ମହାନଦୀର କୋଟକଣା ଘାଟରେ ଗାଧୋଇବାକୁ ଯାଇ ନିଖୋଜ ଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ଓଡ଼୍ରାଫ ଟିମ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଆଜି ସକାଳେ ସ୍ଥାନୀୟଲୋକେ ମୃତଦେହ ଦେଖି ଖବର ଦେବା ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଉଦ୍ଧାର ହେବା ପରେ ମୃତଦେହ ନିଖୋଜ ନାବାଳକ ବୋଲି ଜଣାପଡିଥିଲା।

Comments are closed.