www.samajalive.in
Tuesday, December 9, 2025
19.1 C
Bhubaneswar

ଗ୍ରାମାଞ୍ଚଳ ବିକାଶରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀମାନେ ସାମିଲ ହେବା ଜରୁରୀ

ଭୁବନେଶ୍ୱର : ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ୟ୍ୟ କରୁଥିବା ଯନ୍ତ୍ରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ବିଭାଗରେ ଅବସ୍ଥାପିତ ଯନ୍ତ୍ରୀମାନେ ଗ୍ରାମାଞ୍ଚଳରେ ଗୁଣାତ୍ମକ ମାନର କାର୍ୟ୍ୟ କରିବା ଏବଂ ବିକାଶ କାର୍ୟ୍ୟରେ ସାମିଲ ହେବା ଆବଶ୍ୟକ। ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ଗଠିତ ସ୍ଥାୟୀ କମିଟି ବୈଠକରେ ବିଭାଗର ଯନ୍ତ୍ରୀମାନଙ୍କୁ ବିଧାୟକ ତଥା କମିଟି ସଦସ୍ୟ ପ୍ରୀତିରଞ୍ଜନ ଘଡ଼ାଇ ଏହି ପରାମର୍ଶ ଦେଇଛନ୍ତି । ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ବିଜୁ ସେତୁ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଏବଂ ସରକାରୀ ସାହାଯ୍ୟପ୍ରାପ୍ତ ହାଇସ୍କୁଲଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ କାର୍ୟ୍ୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଆଲୋଚନା ବେଳେ ବିଧାୟକ ଶ୍ରୀ ଘଡ଼ାଇ କହିଥିଲେ, ଗ୍ରାମ୍ୟ ଉନ୍ନୟନ ବିଭାଗ ଗ୍ରାମାଞ୍ଚଳରେ ସଡ଼କ ଯୋଗାଯୋଗ ବ୍ୟବସ୍ଥା ଦାୟିତ୍ବରେ ଅଛି। ଗ୍ରାମାଞ୍ଚଳକୁ ଗୁରୁତ୍ବ ଦେଇ ସେସବୁ କାର୍ୟ୍ୟ ଦକ୍ଷତାର ସହ କରାଯିବା ଆବଶ୍ୟକ। ବୈଠକରେ ବିଧାୟକ ଅଶୋକ କୁମାର ବଳ, ସନ୍ତୋଷ ସିଂହ ସାଲୁଜା, ସାଲୁଗା ପ୍ରଧାନ, ସୁକାନ୍ତକୁମାର ନାୟକ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories