ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରସ୍ଥିତ ଜନଗହଳିପୂର୍ଣ୍ଣ ମାର୍କେଟ ବିଲ୍ଡିଂ ପରିସରରେ ଦୋକାନୀଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ ଓ ଭଙ୍ଗାରୁଜା ଘଟଣାରେ ଶନିବାର ପୁଲିସ ୧୮ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୧୨ ଜଣ ନାବାଳକ ଓ ଅନ୍ୟ ୬ ଜଣ ସାବାଳକ ବୋଲି ଜଣାପଡ଼ିଛି। ଅଭିଯୁକ୍ତଙ୍କ ନାଁରେ ପୁଲିସ ଦଙ୍ଗା ମାମଲା ରୁଜୁ କରିଛି। ଏହାସହ ଘଟଣାର ତଦନ୍ତ ମଧ୍ୟ ଜାରି ରହିଛି। ମାତ୍ର କେଉଁ କାରଣରୁ ଏଭଳି ଆକ୍ରମଣ ହୋଇଛି ସେନେଇ ଏଯାବତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ସୂଚନା ଯୋଗ୍ୟ,ଶୁକ୍ରବାର ସନ୍ଧ୍ୟା ସମୟରେ ହଠାତ୍ ୨୦ ରୁ ୩୦ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ ବିଲ୍ଡିଂରେ ପ୍ରବେଶ କରି ଦୋକାନୀଙ୍କ ଉପରେ ଆକ୍ରମଣ କରିବା ସହ ୧୦୦ ରୁ ଦୋକାନକୁ ଭାଙ୍ଗି ନଷ୍ଟ କରିଦେଇଥିଲେ। ଏହା ସହ ତାଙ୍କ ସମ୍ମୁଖକୁ ଯେ କେହି ଆସିଲେ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ।
Popular Categories



