ବାଲେଶ୍ୱର/ନୀଳଗିରି : ବାଲେଶ୍ୱର ଜିଲା ଅନ୍ତର୍ଗତ ନୀଳଗିରି-କପ୍ତିପଦା ପୂର୍ତ୍ତ ରାସ୍ତାରେ ଶୁକ୍ରବାର ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଆମ୍ବୁଲାନର ଚାଳକ ଓ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଯୋଗ୍ୟ,ନୀଳଗିରି ରୁ ଯମୁନା ଅଞ୍ଚଳକୁ ଏକ ୧୦୮ ଆମ୍ବୁଲାନ୍ସ ରୋଗୀ ଆଣିବାକୁ ଯାଉଥିଲା। ସେହି ସମୟରେ ତିନିକୋଶିଆ ଜଙ୍ଗଲରେ ଭାଲୁକାଶୁଣି ନିକଟରେ ଆମ୍ବୁଲାନ୍ସଟି ଗଛରେ ପିଟି ହୋଇଯାଇଥିଲା। ଚକ ଫାଟି ଯିବାରୁ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଥିବାରୁ ଏଭଳି ଦୁର୍ଘଟଣା ଘଟିଛି।
Popular Categories



