ନୂଆଦିଲ୍ଲୀ : କିଛି ଦିନ ତଳେ ଦିଲ୍ଲୀର ଏକ ଧାନ ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାୟ ୪୫ ଜଣଙ୍କର ମୃତ୍ୟୁ ହୋଇଥିଲା। ପୁଣି ଆଜି ଅର୍ଥାତ ଶନିବାର ସକାଳେ ଦିଲ୍ଲୀର ମୁଣ୍ଡୁକା ଅଞ୍ଚଳରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମ ରିର୍ପୋଟ ଅନୁଯାୟୀ, ଅଗ୍ନିକାଣ୍ଡ ପରେ ଦମଳକ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିଆଁ ଲିଭାଇବାକୁ ୧୨ଟି ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି। ଅଗ୍ନିକାଣ୍ଡରେ ବହୁ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଥିବାର ଅନୁମାନ କରାଯାଉଛି।
Popular Categories



