www.samajalive.in
Wednesday, December 10, 2025
16.1 C
Bhubaneswar

ବିଶ୍ୱ ଏଡସ ଦିବସ ପାଳିତ

ଗୁରୁଡ଼ିଝାଟିଆ: ଖୁଣ୍ଟୁଣୀ ସ୍ଥିତ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଏଡସ ଦିବସ ପାଳିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଶଶିଭୁଷଣ ମିଶ୍ର ସଚେତନତା କାର୍ଯ୍ୟକ୍ରମକୁ ଉଦଘାଟନ କରି ସଂଯମତା, ସୁରକ୍ଷା ଓ ସଚେତନତା ଏଡସ ମହାମାରୀକୁ ରୋକିବା କ୍ଷେତ୍ରରେ ମୁଖ୍ୟ ଅସ୍ତ୍ର ବୋଲି କହିଥିଲେ। ଯୁବ ରେଡକ୍ରସ କାଉସିଲର ଅଧ୍ୟାପକ ଉଦୟନାଥ ପରିଡ଼ାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ଅମିତ ମିଶ୍ର, ଦିପ୍ତିରଞ୍ଜନ ବାରିକ, କୁନ୍ତଳା ବେଉରାୟ, ନିରଞ୍ଜନ ପତ୍ରୀ ପ୍ରମୁଖ ଯୋଗଦେଇ ଏଡସ୍‌‌ ରୋକିବା ଦିଗରେ କି ଉପାୟର ଆବଶ୍ୟକତା ରହିଛି ସେ ସଂପର୍କରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ବିଦ୍ୟାର୍ଥୀମାନେ ଏକ ସଚେତନତା ରାଲି ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories