www.samajalive.in
Wednesday, December 10, 2025
23.1 C
Bhubaneswar

କଏଦୀ ଫେରାର ମାମଲା, ମୁଖ୍ୟ ୱାର୍ଡନ ସମେତ ୨ ନିଲମ୍ବିତ

ସମ୍ବଲପୁର: ସମ୍ବଲପୁର ସ୍ଥିତ ମଣ୍ଡଳ କାରାଗାରରୁ ଗତ ୩୦ ତାରିଖ ରାତ୍ରିରେ ସଙ୍ଗୀନ ମାମଲାରେ ଅଭିଯୁକ୍ତ ଏକ ବିଚାରାଧିନ କଏଦୀ ଫେରାର ହୋଇଯାଇଛି। ଏହି ଘଟଣାରେ ଗତକାଲି ଜେଲ ପ୍ରଶାସନ ତରଫରୁ ଧନୁପାଲି ଥାନାରେ ଅଭିଯୋଗ କରାଯିବା ପରେ ଶନିବାର ପ୍ରାଥମିକ ଆଭ୍ୟନ୍ତରିଣ ତଦନ୍ତ ସମୟରେ ମୁଖ୍ୟ ୱାର୍ଡନ ପ୍ରମୋଦ ବୁଡେକ ଓ ୱାର୍ଡନ ସଞ୍ଜୟ ଡୁଙ୍ଗଡୁଙ୍ଗଙ୍କୁ ନିଲମ୍ବିତ କରାଯାଇଛି। ଜେଲର ପ୍ରଶାସନର ପ୍ରାଥମିକ ତଦନ୍ତ ପରେ ଜେଲ ଡିଆଇଜି କୁଳମଣି ବେହେରାଙ୍କ ନିର୍ଦ୍ଦେଶ କ୍ରମେ ୨ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ୬ ଡିସେମ୍ବର ୨୦୨୩ ତାରିଖରେ ସଦର ଥାନାଞ୍ଚଳରୁ ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ ଅପହରଣ କରି ନିଆଯାଇଥିବାର ଅଭିଯୋଗ ହେବାରୁ ମାମଲା ସଂଖ୍ୟା ୩୫୨/୨୦୨୨ ରୁଜୁ କରାଯାଇ ପୁଲିସ ତଦନ୍ତ କରୁଥିଲା। ଉକ୍ତ ମାମଲାରେ କୁଚିଣ୍ଡା ମହୁଲପାଲି ଥାନା ଅର୍ନ୍ତଗତ ନିବାସୀ ସଞ୍ଜୀବ କିଷାନ (୨୩) ନାମକ ଜଣେ ଯୁବକଙ୍କୁ ପରବର୍ତ୍ତୀ ସମୟରେ ଗିରଫ କରାଯାଇ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ତଦନ୍ତ ସମୟରେ ନାବାଳିକାଙ୍କ ସହିତ ଦୁଷ୍କର୍ମ ମାମଲା ସମ୍ମୁଖକୁ ଆସିବାରୁ ପୁଲିସ ପୋକ୍ସସୋ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଥିଲା। ଅଦାଲତରେ ଅଭିଯୁକ୍ତଙ୍କ ଜାମିନ ଖାରଜ ହେବା ଏବଂ ଉକ୍ତ ମାମଲା ମାନ୍ୟବର ଅଦାଲତଙ୍କ ନିକଟରେ ବିଚାରଧିନ ରହିଥିବାରୁ ସେ ସମ୍ବଲପୁର ସ୍ଥିତ ମଣ୍ଡଳ କାରାଗାରରେ କଏଦ ରହିଥିଲା। ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରୁ ସେ ଜେଲ ମଧ୍ୟରୁ ନିଖୋଜ ହୋଇଯାଇଛନ୍ତି। ଅଭିଯୁକ୍ତ ଯୁବକ ନିଖୋଜ ହେବାର ଜାଣିବା ପରେ ଜେଲ ପ୍ରଶାସନ ଖୋଜିବା ପରେ ମଧ୍ୟ ତାକୁ ନ ପାଇବାରୁ ସ୍ଥାନୀୟ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ। ଏଣୁ ଧନୁପାଲି ଥାନାରେ ମାମଲା ସଂଖ୍ୟା ୪୧୩/୨୦୨୩ ରୁଜୁ କରାଯାଇ ପୁଲିସ ଚମ୍ପଟ ହୋଇଥିବା କଏଦୀକୁ ଖୋଜିବା ଆରମ୍ଭ କରିଛି। ଅପରପକ୍ଷରେ ପୂର୍ବରୁ ମଧ୍ୟ ମଣ୍ଡଳ କାରାଗାରର ସୁରକ୍ଷା ବ୍ୟବସ୍ଥା ଉପରେ ଅନେକ ବାର ପ୍ରଶ୍ନ ଚିହ୍ନ ଉଠିଥିଲେ ମଧ୍ୟ ତ୍ରୁଟି ଗୁଡିକୁ ସୁଧାର କରାଯାଉ ନ ଥିବାରୁ କଏଦୀ ଫେରାର ମାରିବାର ସୁଯୋଗ ପାଇଥିଲା ବୋଲି ଅଭିଯୋଗ ହେଉଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories