ବହିଷ୍କୃତ ଛାତ୍ରଙ୍କ ମାମଲା ଫଇସଲା କରିବାକୁ କୁଳପତିଙ୍କୁ ନିର୍ଦ୍ଦେଶ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ବହିଷ୍କୃତ ଛାତ୍ର ଦୁର୍ଗାମାଧବ ପ୍ରଧାନଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଆଗତ ମାମଲାର ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଶୁଣାଣୀ କରାଯାଇ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଉପଯୁକ୍ତ କାରଣ ଦର୍ଶାଇ ମାମଲର ଫଇସଲା କରିବାକୁ ନିର୍ଦେଶ ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ ସୂଚନାଯୋଗ୍ୟ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଟୁରିଜିମ ଏବଂ ଟ୍ରାଭଲେ ଷ୍ଟଡିସ ବିଭାଗର ଛାତ୍ର ଦୁର୍ଗାମାଧବ ପ୍ରଧାନଙ୍କୁ କେତେକ କାରଣକୁ ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ଗତ ସେପ୍ଟେମ୍ବର ମାସରେ ଆସନ୍ତା ଦୁଇ ବର୍ଷ ନିମନ୍ତେ ବହିଷ୍କାର କରାଯାଇଥିଲା। ଏହାକୁ ଆଧାର କରି ଦୁର୍ଗା ମାଧବଙ୍କ ପକ୍ଷରୁ ତାଙ୍କୁ ନ୍ୟାୟ ପ୍ରଦାନ ସହ ବହିଷ୍କୃତ ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ଗତ ସେପ୍ଟେମ୍ବର ମାସ ୨୩ ତାରିଖରେ କୁଳପତିଙ୍କ ନିକଟରେ ଆବେଦନ କରିଥିଲେ ମଧ୍ୟ ତାହା କୁଳପତିଙ୍କ ନିକଟରେ ବିଚାରାଧୀନ ରହିଛି। କିନ୍ତୁ ଆସନ୍ତା ୪ ତାରିଖରୁ ପରୀକ୍ଷା ଅନୁଷ୍ଠିତ ହେଉଥିବା ଯୋଗୁଁ ଦୁର୍ଗାମାଧବଙ୍କୁ ପକ୍ଷରୁ ତାଙ୍କୁ ନ୍ୟାୟ ପ୍ରଦାନ ସହ ପରୀକ୍ଷା ଦେବା ପାଇଁ ଅନୁମତି ପ୍ରଦାନ ପାଇଁ ରିଟ ପିଟିସନ ଦାଖଲ କରିଥିଲେ। ଏହାକୁ ଆଧାର କରି ନ୍ୟାୟଧିଶଙ୍କ ପକ୍ଷରୁ ଗତ ନଭେମ୍ବର ୨୮ ତାରିଖରେ ମାମଲାର ବିଚାର କରି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କୁଳପତି ଫଇସଲା କରିବାକୁ ନିର୍ଦ୍ଦେଶ ଦେବା ସହ ଯଦି ନିକଟ ଭଵିଷ୍ୟତରେ କୌଣସି ପରୀକ୍ଷା ଅନୁଷ୍ଠିତ ହୁଏ, ପରୀକ୍ଷା ପାଇଁ ବହିଷ୍କୃତ ଛାତ୍ରଙ୍କ ଦରଖାସ୍ତ ଗ୍ରହଣ କରି ବିଚାର କରିବାକୁ ନିର୍ଦେଶ ଦେଇଥିବା ଆଇନଜୀବୀ ରଶ୍ମିରଞ୍ଜନ ସିହ୍ନା ସୂଚନା ଦେଇଛନ୍ତି।

Comments are closed.