କାମାକ୍ଷାନଗର: କାମାକ୍ଷାନଗର ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ପ୍ରାଧ୍ୟାପକ ମଦନମୋହନ ବରାଳଙ୍କ ବଦଳୀକୁ ବାତିଲ ଦାବିରେ ଛାତ୍ର ଛାତ୍ରୀଙ୍କ କଲେଜ ଗେଟରେ ତାଲା ପକାଇବା ସହ ଆନ୍ଦୋଳନ କରିଛନ୍ତି। ବାଣିଜ୍ୟ ବିଭାଗର ଉଭୟ ଛାତ୍ର ଓ ଛାତ୍ରୀ ପୂର୍ବରୁ ଏକ ଲିଖିତ ଅଭିଯୋଗ ମହାବିଦ୍ୟାଳୟ ଅଧ୍ୟକ୍ଷ ମଙ୍ଗୁଳି ଚରଣ ନାୟକଙ୍କୁ ଦେଲାପରେ ମଧ୍ୟ କୌଣସି ବିଚାର ହେଉନଥିବା କାରଣରୁ କରୁଛନ୍ତି ଆନ୍ଦୋଳନ। ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି ଯେ ପ୍ରାଧ୍ୟାପକଙ୍କ ବଦଳି ଯୋଗୁ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେବ। କମ ଦିନ ପରୀକ୍ଷା ରହିଥିବା ବେଳେ ଏବେ ବଦଳି ଯୋଗୁ ଶେଷ ବର୍ଷର ଛାତ୍ରଛାତ୍ରୀ ବହୁ ଅସୁବିଧାର ସମୁଖିନ ହେବେ। ସୂଚନା ଅନୁସାରେ କାମାକ୍ଷାନଗର ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ପ୍ରାଧ୍ୟାପକ ମଦନମୋହନ ବରାଳଙ୍କର କେବିଡିଏଭି କଲେଜ ନିରାକାରପୁର ଖୋର୍ଦ୍ଧାକୁ ବଦଳୀ ହୋଇଛି।
Popular Categories



