
ମାଣ୍ଡିଆ ଚାଷ ତାଲିମ ଶିବିର ଅନୁଷ୍ଠିତ

ବୌଦ୍ଧ: ଓଡ଼ିଶା ମିଲେଟ ମିଶନ ସହାୟତାରେ ଏଲ୍ କେ ବି କେ ଅନୁଷ୍ଠାନ ତରଫରୁ ସରସରାରେ ଦୁଇ ଦିନିଆ ପ୍ରଗତିଶୀଳ କୃଷକମାନଙ୍କ ମାଣ୍ଡିଆ ଚାଷ ପାଇଁ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ମୁଖ୍ୟଅତିଥି ରୂପେ ଜିଲ୍ଲା କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ ଯୋଗଦାନ କରିଥିଲେ। ଚାଷୀଙ୍କୁ ମାଣ୍ଡିଆ ଚାଷରେ ଅଧିକ ଲାଭବାନ ହେବେ ତାହା ବୁଝାଇଥିଲେ। ସହଜ କର୍ତ୍ତା ଭାବେ ଗୋଷ୍ଠୀ କୃଷି ଅଧିକାରୀ ସବ୍ୟସାଚି ଦାସ ଓ ସହକାରୀ କୃଷି ପ୍ୟାରୀମୋହନ ପୁରୋହିତ ଚାଷୀଙ୍କୁ ତାଲିମ ପ୍ରଦାନ କରିଥିଲେ। ଓଡ଼ିଶା ମିଲେଟ ମିଶନର ଜିଲ୍ଲା ସଂଯୋଜକ ଜିତେନ୍ଦ୍ର କାର୍ଜୀ ଏହି ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପସ୍ଥାପନା କରିବା ସହି ଏହି ଅଞ୍ଚଳରେ ଯେମିତି ଅଧିକରୁ ଅଧିକ ଚାଷ ଉନ୍ନତ ପ୍ରଣାଳୀରେ କରି ଲାଭବାନ ହେବେ ମତବ୍ୟକ୍ତ କରିଥିଲେ।
Comments are closed.