କେଶଦୁରାପାଳ: ପୋଲ ତଳକୁ ଓଲଟିଲା ଲୁହାପଥର ବୋଝେଇ ଟ୍ରକ୍। ଫଳରେ ଟ୍ରକ୍ ତଳେ ଚାପି ହୋଇ ଡ୍ରାଇଭରର ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପଥଚାରୀ। କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଶାଳପଡ଼ା ଓଭରବ୍ରିଜ୍ ଉପରୁ ଭାରସାମ୍ୟ ହରାଇ ଟ୍ରକ୍ ଖସିପଡ଼ିବାରୁ ଅଘଟଣ ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସକାଳ ୭ଟା ସମୟରେ କେନ୍ଦୁଝର ପଟୁ ଏକ ଲୁହାପଥର ବୋଝେଇ ଟ୍ରକ୍ ଦ୍ରୁତଗତିରେ ଆସି ଶାଳପଡ଼ା ଓଭରବ୍ରିଜ୍ ଉପରୁ ତଳେ ଥିବା ସର୍ଭିସ୍ ରୋଡ଼କୁ ଖସି ପଡ଼ିଥିଲା। ଟ୍ରକ୍ ତଳେ ଚାପି ହୋଇ ଡ୍ରାଇଭରଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ, ସର୍ଭିସ୍ ରୋଡରେ ସେତେବେଳେ କେହି ନଥିବାରୁ ଆଉ କୌଣସି କ୍ଷୟକ୍ଷତି ଘଟିନାହିଁ। ଖବର ପାଇ ଘସିପୁରା ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
Popular Categories



