www.samajalive.in
Friday, December 12, 2025
14.1 C
Bhubaneswar

ବିଦ୍ୟୁତ୍‌‌ କାର୍ଯ୍ୟାଳୟରୁ ଲକ୍ଷାଧିକ ଟଙ୍କାର ତାର ଚୋରି, ୪ ଗିରଫ

ଆଠଗଡ଼: ଆଠଗଡ଼ ଷ୍ଟାଡିୟମ ନିକଟ ବିଦ୍ୟୁତ୍‌‌ ବିଭାଗ ସବଷ୍ଟେସନ ପରିସରରୁ ଗତ ୩୦ତାରିଖରେ ଲକ୍ଷାଧିକ ଟଙ୍କା ମୂଲ୍ୟର ପ୍ରାୟ ଦୁଇ କିମି ଲମ୍ବ ଆଲୁମିନିୟମ ତାର ଚୋରି ହୋଇଥିଲା। ଏ ସଂପର୍କରେ କନିଷ୍ଠ ଯନ୍ତ୍ରୀ ଅଶ୍ୱଘୋଷ ବେହେରା ଆଠଗଡ଼ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଜୋରସୋର ତଦନ୍ତ ଚଳାଇ ଶେଷରେ ସିସିଟିଭି ଫୁଟେଜ୍‌‌ ଆଧାରରେ ବିଦ୍ୟୁତ୍‌‌ ବିଭାଗରେ ଠିକାସଂସ୍ଥା ମାଧ୍ୟମରେ କ୍ଷେତ୍ର କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ୩ଜଣ କର୍ମଚାରୀ ଏବଂ ଚୋରା ବିଦ୍ୟୁତ୍‌‌ ତାର କ୍ରୟ କରିଥିବା ଜଣେ କବାଡିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ୩୦ତାରିଖ ବିଳମ୍ବିତ ରାତ୍ରିରେ ବିଦ୍ୟୁତ୍‌‌ ବିଭାଗରେ ଠିକାସଂସ୍ଥା ମାଧ୍ୟମରେ କାମ କରୁଥିବା ସମସରପୁରର ଭରତ ମହାନ୍ତିଙ୍କ ପୁଅ ତାପସ କୁମାର ମହାନ୍ତି, ଖୁଣ୍ଟୁକଟା ପଞ୍ଚାୟତ ଅଧିନ ରେଗେଡ଼ାପଡ଼ା ଗ୍ରାମର ବେଣୁଧର ଖଟୁଆଙ୍କ ପୁଅ ଧର୍ମାନନ୍ଦ ଖଟୁଆ ଓ କରିକୋଲ ଗ୍ରାମର ଶିବପ୍ରସାଦ ମଲ୍ଲିକଙ୍କ ପୁଅ ସୂର୍ଯ୍ୟକାନ୍ତ ମଲ୍ଲିକ ଏକ ପଲସର ବାଇକ ଓ ଅନ୍ୟ ଏକ ସ୍କୁଟିରେ ଆଲୁମିନିୟମ ତାର ବଣ୍ଡଲ ନେଇ ରାଧାଗୋବିନ୍ଦପୁରରେ ବ୍ୟବସାୟ କରୁଥିବା ପୁରୁଷୋତ୍ତମ ରାଉତଙ୍କ ପୁଅ ବସନ୍ତ କୁମାର ରାଉତଙ୍କୁ ବିକ୍ରୟ କରିଥିଲେ। ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ନିର୍ଦ୍ଦେଶକ୍ରମେ ଉପନିରୀକ୍ଷକ ଜନ୍ମିତା ସାସମଲ ତଦନ୍ତକାରୀ ଅଧିକାରୀ ଭାବେ ଘଟଣାର ତଦନ୍ତ କରିବା ସହ ବିଦ୍ୟୁତ୍‌‌ ବିଭାଗ ନିକଟ ଏକ ଦୋକାନର ଏବଂ କବାଡିଆ ବ୍ୟବସାୟ କେନ୍ଦ୍ରର ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଠାବ କରି ସେମାନଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତମାନଙ୍କଠାରୁ ୨୫୦କେଜି ଆଲୁମିନିୟମ ତାର, ଚୋରିରେ ବ୍ୟବହୃତ ପଲସର ବାଇକ ଓ ସ୍କୁଟି ଜବତ କରାଯାଇଥିବା ଆଇଆଇସି ଶ୍ରୀ ମୁଦୁଲିଙ୍କ ସୁତ୍ରରୁ ପ୍ରକାଶ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories