ସମ୍ବଲପୁର: ଶନିବାର ମଧ୍ୟାହ୍ନ ୧୨ଟାରେ ସମ୍ବଲପୁରର ୩ଟି ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକରେ ଆଭାସୀ ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ୟ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ପାଇଁ ସମ୍ବଲପୁର ଜିଲ୍ଲାକୁ ୬୯ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପଣ୍ଡିଆନ ପ୍ରକାଶ କରିଛନ୍ତି । କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ୫୫ ଟି ଗ୍ରାମପଞ୍ଚାୟତ ପାଇଁ ୨୭.୫ କୋଟି ଟଙ୍କା ବ୍ୟୟରେ ମୋଟ ୬୬୮ ପ୍ରକଳ୍ପ, ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ୩୦ଟି ଗ୍ରାମପଞ୍ଚାୟତ ପାଇଁ ୧୫ କୋଟି ଟଙ୍କାବ୍ୟୟରେ ୩୭୨ଟି ପ୍ରକଳ୍ପ ଏବଂ ରେଢାଖୋଲ ପାଇଁ ୨୬.୫ କୋଟି ଟଙ୍କା ବ୍ୟୟରେ ୭୬୧ଟି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଆଭାସୀ ମାଧ୍ୟମରେ ପ୍ରତ୍ୟେକ ବ୍ଲକର ପ୍ରତିନିଧୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ସେମାନଙ୍କ ମଧ୍ୟରେ ଇଂ ରୋହିତ ପୂଜାରୀ, ବିଧାୟକ, ରେଢାଖୋଲ ଏବଂ ନାକଟିଦେଉଳ ବ୍ଲକ ପାଇଁ , ଜୁଜୁମୁରା ବ୍ଲକ ପାଇଁ କବିତା ସାହୁ ଜିଲ୍ଲା ପରିଷଦ ସଭ୍ୟ , ଗୀତାଞ୍ଜଳି ପାଣ୍ଡେ, ଜିଲ୍ଲା ପରିଷଦ ସଭ୍ୟ ମାନେସ୍ଵର ବ୍ଲକ, ସତ୍ୟନାରାୟଣ ଅଗ୍ରବାଲ, ଅଧ୍ୟକ୍ଷ ରେଙ୍ଗାଲି ବ୍ଲକ, ପୁଷ୍ପାଞ୍ଜଳି ବେହେରା, ଅଧ୍ୟକ୍ଷା ଧନକଉଡ଼ା ବ୍ଲକ, କୁମୁଦିନୀ ନାୟକ ସଭାପତି ଜିଲ୍ଲା ପରିଷଦ ଅଧ୍ୟକ୍ଷା, କିଶୋର ଚନ୍ଦ୍ର ନାଏକ, ବିଧାୟକ କୁଚିଣ୍ଡା ଜମନକିରା ବ୍ଲକ, ଡ. ସୁଭଦ୍ରା କିଷାନ, ସରପଞ୍ଚ ବାମରା ବ୍ଲକ ଏବଂ ଭୁବନେଶ୍ୱର କିଷାନ, ଅଧ୍ୟକ୍ଷ କୁଚିଣ୍ଡା ବ୍ଲକ ପାଇଁ ଆଲୋଚନା କରିଥିଲେ। ଏହା ପରେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ୫-ଟି ବିଷୟରେ କହିଥିଲେ।
Popular Categories



