www.samajalive.in
Monday, December 15, 2025
15.1 C
Bhubaneswar

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଓୟୁଏଟି ମଧ୍ୟରେ ଚୁକ୍ତିନାମା

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱର ସ୍ଥିତ ଓୟୁଏଟି (ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ) ମଧ୍ୟରେ ଶୁକ୍ରବାର ଚୁକ୍ତିନାମା ସ୍ଵାକ୍ଷର ହୋଇଛି। ଏହି ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କୁଳସଚିବ ସଚ୍ଚିତାନନ୍ଦ ନାୟକ, ଆଇକ୍ୟୁଏସିର ନିର୍ଦ୍ଧେଶକ ପ୍ରଫେସର ସୁଧାକର ପାତ୍ର, ସିଡ଼ିସି ନିର୍ଦ୍ଧେଶକ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ଆଇକ୍ୟୁଏସିର ଯୁଗ୍ମ ନିର୍ଦ୍ଧେଶକ ଡ଼. ଲକ୍ଷ୍ମୀଧର ରାଉତ,ଓୟୁଏଟି ପକ୍ଷରୁ ଓୟୁଏଟିର ପ୍ରଫେସର ପ୍ରଭାତ କୁମାର ରାଉଳ, କୁଳ ସଚିବ ଲୋପାମୁଦ୍ରା ମହାନ୍ତି,ବିତ୍ତ ନିୟନ୍ତ୍ରକ ଶଶାଙ୍କ ଭୂଷଣ ମହାପାତ୍ରଙ୍କ ସମେତ ବହୁ ପ୍ରାଧ୍ୟାପକ ଉପସ୍ଥିତ ଥିଲେ। ଏହି ଚୁକ୍ତିନାମା ଆସନ୍ତା ୫ ବର୍ଷ ପାଇଁ ହୋଇଥିବା ଜଣାପଡିଛି। ଏହା ଦ୍ୱାରା ଦୁଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଉନ୍ନତ ମାନର ଜ୍ଞାନ କୌଶଳ, ଶିକ୍ଷା ଓ ବିଭିନ୍ନ ତଥ୍ୟର ଆଦାନ ପ୍ରଦାନ ହୋଇପାରିବ। ତାହାସହ ଉଭୟ ବିଶ୍ଵବିଦ୍ୟାଳୟ ପରୀକ୍ଷାଗାରକୁ ଉଭୟ ଛାତ୍ରଛାତ୍ରୀ ବ୍ୟବହାର କରିପାରିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories