ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଲପଙ୍ଗା ଗ୍ରାମର ଶ୍ମଶାନ ଉନ୍ନତିକରଣ ପ୍ରକଳ୍ପର ଆଜି ଶିଳାନ୍ୟାସ କରାଯାଇଛି। ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ୧୦ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରାଯାଇଛି। ଆଜି ଲପଙ୍ଗା ପଞ୍ଚାୟତ ସମିତି ସଭ୍ୟ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ, ଏସଡିସିସି ବ୍ୟାଙ୍କ୍ ନିର୍ଦ୍ଦେଶକ କିରଣ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦର ସଭ୍ୟ ଯଜ୍ଞସିନି ନାଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶ୍ମଶାନ ଉନ୍ନତିକରଣ ପ୍ରକଳ୍ପର ଭୂମି ପୂଜନ ଓ ଶିଳାନ୍ୟାସ କରିଥିଲେ। ବ୍ଳକ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତି, ଆସିଷ୍ଟାଣ୍ଟ ଇଞ୍ଜିନିୟର କରୁଣାକର ଶତପଥି, କନିଷ୍ଠ ଯନ୍ତ୍ରୀ ସମୀର ପଟେଲ, ମନୋଜ ଦାସ, ଅଶୋକ ସାହୁ, ମହେନ୍ଦ୍ର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
Popular Categories



