www.samajalive.in
Sunday, December 14, 2025
17.1 C
Bhubaneswar

ଲକ୍ଷ୍ମୀପୂଜା ପାଇଁ ଚଳଚଞ୍ଚଳ କେନ୍ଦୁଝର

କେନ୍ଦୁଝରଗଡ଼଼: ପବିତ୍ର କୁମାରତ୍ସୋବ ସାଙ୍ଗକୁ ବିଭବର ଦେବୀ ମା’ଗଜଲକ୍ଷ୍ମୀଙ୍କ ପୂଜାତ୍ସୋବ ଶନିବାର ଠାରୁ ଜିଲାବ୍ୟାପୀ ଆନନ୍ଦ ଉଲ୍ଲାସର ସହ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି। ଚନ୍ଦ୍ରଗ୍ରହଣ ପଡୁଥିବାରୁ ବିଧି ମୁତାବକ ମା’ଙ୍କୁ ଆବାହନ ସହିତ ପୂଜାତ୍ସୋବ ଶେଷ ହୋଇଥିବା ବେଳେ କେତେକ ମେଢ଼ରେ ବିଳମ୍ବିତ ରାତିରେ ପୂଜା ଆରମ୍ଭ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। କେନ୍ଦୁଝର ସହର ସମେତ ସହର ଉପକଣ୍ଠ ଗୋବିନ୍ଦପୁର, ନରଣପୁର, ପଦ୍ମପୁର, ମୁରୁସୁଆଁ, ଯୋଡା, ବଡବିଲ, ଢ଼େଙ୍କିକୋଟ, ଘଟଗାଁ, ଝୁମ୍ପୁରା, ଘସିପୁରା, ସାଇଁକୁଳ ଆଦି ମୁଖ୍ୟ ବଜାରମାନଙ୍କରେ ମଧ୍ୟ ମା’ ଲକ୍ଷ୍ମୀଙ୍କ ପୂଜାତ୍ସୋବ ଧୁମଧାମ୍‌‌ରେ ଆରମ୍ଭ ହୋଇଛି। ଢ଼େଙ୍କାନାଳ, ଅନୁଗୁଳ, କେନ୍ଦ୍ରାପଡ଼ା ଓ ଚୌଦ୍ୱାର ପରେ କେନ୍ଦୁଝର ଜିଲାର ଯୋଡା ଲକ୍ଷ୍ମୀପୂଜା ରାଜ୍ୟର ପ୍ରମୁଖ ପୂଜା ଭାବେ ବେଶ୍‌‌ ଖ୍ୟାତି ଅର୍ଜ୍ଜନ କରିଛି। ଅନୁକୂଳ ପାଗ ଯୋଗୁଁ ଶାରଦୀୟ ପାର୍ବଣ ବେଶ୍‌‌ ଉତ୍ସବମୁଖର ହୋଇପଡ଼ିଥିବା ବେଳେ ପ୍ରତ୍ୟେକ ପୂଜା ମଣ୍ଡପରେ ପ୍ରତି ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପୂଜାତ୍ସୋବକୁ ଅଧିକ ଚଳଚଞ୍ଚଳ କରିଦେଇଛି। କେନ୍ଦୁଝର ସହରର କାଶୀପୁର ଠାରେ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର ସମେତ ବଣିଆପାଟ, କମାରଗୋଡା, ଧୋବାଡିହା, ମାଧପୁର, ଜେଲରୋଡସ୍ଥିତ ନୂଆସାହି, ପୁରୁଣାବଜାର, ନିହାଲସିଂହଛକ, କଲେଜରୋଡ, ଶିବନାରାୟଣପୁର ସାହି, ଗଡ଼ସାହି, ବଡଦାଣ୍ଡ, ଡେଲିମାର୍କେଟ, ମାଇନିଂରୋଡ, ମଣ୍ଡୁଆ, ଜଗନ୍ନାଥପୁର ଆଦି ଅଞ୍ଚଳରେ ମା’ଲକ୍ଷ୍ମୀଙ୍କ ପୂଜାତ୍ସୋବ ବେଶ୍‌‌ ଧୂମଧାମରେ ଆରମ୍ଭ ହୋଇଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories