www.samajalive.in
Sunday, December 14, 2025
26.1 C
Bhubaneswar

ମା ବାଟମଙ୍ଗଳାଙ୍କ ଧ୍ୱଜାରୋହଣ ଓ ରାଜରାଜେଶ୍ୱରୀ ବେଶ

ସମ୍ବଲପୁର: ପବିତ୍ର କୁମାର ପୂର୍ଣ୍ଣମା ଅବସରରେ ସମ୍ବଲପୁରର ଦଲେଇପଡ଼ା ସ୍ଥିତ ବାଟମଙ୍ଗଳା ମନ୍ଦିର ଠାରେ ଧ୍ୱଜାରୋହଣ ଓ ରାଜରାଜେଶ୍ୱରୀ ବେଶ ନିତି ସମ୍ପନ୍ନ ହୋଇଛି। ଶନିବାର ନିୟମିତ ପୂଜାବିଧି ଅନୁଯାୟୀ ପୂଜାର୍ଚ୍ଚନା ପରେ ମନ୍ଦିରର ଭଣ୍ଡାରରେ ଥିବା ସୁନା, ରୂପା ଓ ବିଭିନ୍ନ ଆଭୂଷଣ ଆଣି ମାଁ ଙ୍କୁ ରାଜରାଜେଶ୍ୱରୀ ବେଶ କରାଯାଇଥିଲା। ଚଳିତ ବର୍ଷ ଚନ୍ଦ୍ରଗ୍ରହଣ ପାଇଁ ସକାଳ ୫ଟାରେ ମଙ୍ଗଳ ଆଳତୀ ପରେ ଦିନ ୧୧ଟା ସମୟରେ ମୁଖ୍ୟ ପୂଜକ ସୁରେଶ ଚନ୍ଦ୍ର ପଟ୍ଟନାୟକ ନୁତନ ଧ୍ୱଜା ଓ ମହାଦୀପ ପୂଜାର୍ଚ୍ଚନା କରିଥିଲେ। ନୂତନ ଧ୍ୱଜାକୁ ରଣଜିତ ଷଣ୍ଢ ଓ ମହାଦୀପକୁ ସ୍ୱୟଂଜିତ ପଟ୍ଟନାୟକ ଧରି ମନ୍ଦିର ଉପରକୁ ଯାଇଥିଲେ। ସକାଳ ସମୟରେ ମାଁଙ୍କୁ ରାଜରାଜେଶ୍ୱରୀ ବେଶରେ ସୁସଜ୍ଜିତ ଓ ମହାଆଳତୀ ପରେ ଭକ୍ତ ମାନଙ୍କୁ ଦର୍ଶନ ପାଇଁ ସୁଯୋଗ ଦିଆଯାଇଥିଲା। ଶେଷରେ ମାଁ ବାଟମଙ୍ଗଳାଙ୍କୁ ଖିରି ଭୋଗ ଦିଆଯାଇ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଶତ୍ରୁଘ୍ନ ଲାଲ ସାହା, ପ୍ରକାଶ ପଣ୍ଡା, ସଞ୍ଜୟ ଲୋହା, ବିଶ୍ୱରାଜ ଭୋଇ, ଅବିନାଶ ରାଉତ, ଜସପାଲ, ଶୁଭମ, ବାଦଲ, ଆଶିଷଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଦଳେଇପଡ଼ାବାସୀ ଉପସ୍ଥିତ ଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories