www.samajalive.in
Sunday, December 14, 2025
17.1 C
Bhubaneswar

ରାଜନଗରର ପ୍ରାଚୀନ ଦେବୀପୀଠରେ ଦୂର୍ଗାପୂଜା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ରାଜନଗରର ପ୍ରାଚୀନ ଦେବୀପୀଠରେ ଦୂର୍ଗାପୂଜା ପାଳନ କରାଯାଉଛି। ଗତ ଶୁକ୍ରବାର ବିଲ୍ୱ ବରଣି, ନବ ପତ୍ରିକା ପ୍ରବେଶ ଓ ପୀଠେ ସପ୍ତମୀ ପୂଜା ପରେ ଆଜି ଶନିବାର ପୀଠେ ମହାଷ୍ଟମୀ ପୂଜା କରାଯାଉଛି। ପୂଜକ ଭାବେ ସତ୍ୟ ନାରାୟଣ ମିଶ୍ର ଓ ଧର୍ମାନନ୍ଦ ମିଶ୍ର ପୂଜାବିଧି ପରିଚାଳନା କରୁଛନ୍ତି। ମହେଶ୍ୱର ମିଶ୍ର କର୍ତ୍ତା ଭାବେ ଦାୟିତ୍ଵ ତୁଲାଉଛନ୍ତି। ରବିବାର ପୀଠେ ମହା ନବମୀ ପୂଜା, କୁଷ୍ମାଣ୍ଡ ବଳି, ଚଣ୍ଡୀ ପାଠ ଆଦି କାର୍ଯ୍ୟକ୍ରମ ରହିଥିବା ବେଳେ ସୋମବାର ଏଠାରେ ଦଶହରା ଓ ଅପରାଜିତା ପୂଜନ ଅନୁଷ୍ଠିତ ହେବ। ମଙ୍ଗଳବାର ପୀଠେ ବିଶ୍ରାମ ପରେ ବୁଧବାର ବୈତରଣୀରେ କଳସ ବିସର୍ଜନ କରାଯିବ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories