www.samajalive.in
Monday, December 15, 2025
27.1 C
Bhubaneswar

ରେଙ୍ଗାଳବେଡାରେ ଚତୁର୍ଥ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଘାଟିତ

ପାଟଣା: ଏରେଣ୍ଡେଇ ପଞ୍ଚାୟତ ରେଙ୍ଗାଳବେଡାର ଡ଼ିଭାଇନ ଆର୍ଟ୍ସ ଆଣ୍ଡ ସ୍ପୋର୍ଟ୍ସ କ୍ଲର୍ବ ତରଫରୁ ଚତୁର୍ଥ ବାର୍ଷିକ ଫୁଟବଲ ପ୍ରତିଯୋଗିତା ମୁଖ୍ୟ ଅତିଥି ସମାଜସେବୀ ରଂଜିତ କୁମାର ମହାନ୍ତଙ୍କ ଦ୍ୱାରା ଉଦଘାଟିତ ହୋଇଅଛି। ଉଦଘାଟନୀ ଖେଳରେ ମୁର୍ମୁ ଏକାଦଶ ଫୁଟବଲ ଦଳ ଏବଂ ମୟୂରଭଞ୍ଜର ଅନନ୍ତ ସାହି ବି-ରୁଣ୍ଡା ଫୁଟବଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବି-ରୁଣ୍ଡା ଫୁଟବଲ ଦଳ ୧-୦ ଗୋଲରେ ବିଜୟ ଲାଭ କରିଥିଲା। ପ୍ରତିଯୋଗିତାରେ ୩୨ଟି ଦଳ ଅଂଶ ଗ୍ରହଣ କରୁଛନ୍ତି। କ୍ଲବର ସଭାପତି ରଘୁନାଥ ବାସ୍କେଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସମାଜସେବୀ ରଞ୍ଜିତ କୁମାର ମହାନ୍ତ ଓ ସମ୍ନାନୀତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଶ୍ୟାମସୁନ୍ଦର ବାସ୍କେ, ଗ୍ରାମର ମାଝୀ ବାବା ଝାଡ଼େଶ୍ୱର ସୋରେନ ଯୋଗ ଦେଇଥିଲେ। କ୍ଲବର ପ୍ରଥମ ଖେଳକୁ ରେଫରି ମଝିଆ ମାଝୀ, ମାନସିଂ ସୋରେନ ଓ ନରି ମୁର୍ମୁ, ଭାଷ୍ୟକାର ଭାବେ କୁତୁଲ ସୋରେନ ଦାୟିତ୍ୱ ତୁଲାଇଥିଲେ। ଏହି ବିଶାଳ ଆଦିବାସୀ ଫୁଟବଲ ପ୍ରତିଯୋଗିତା ୨୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories