www.samajalive.in
Monday, December 15, 2025
16.1 C
Bhubaneswar

ହତ୍ୟା ଘଟଣାରେ ୩ ଗିରଫ

ଘଣ୍ଟାପଡା: ଘଣ୍ଟାପଡା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବାରୁ ମୃତ୍ୟୁ ହୋଇଥିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି ଘଣ୍ଟାପଡା ପୁଲିସ। ସୂଚନା ପ୍ରକାରେ ସେପ୍ଟେମ୍ବର ୨୩ ତାରିଖ ଦିନ ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ରେଙ୍ଗସା ଗ୍ରାମର ବିନୋଦ ସାହୁ ସମେତ ୩ ଜଣ ବ୍ୟକ୍ତି ଖୁଣ୍ଟିଗୋରା ଅଞ୍ଚଳକୁ କୌଣସି କାମରେ ଆସିଥିଲେ। ଫେରୁଥିବା ବେଳେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଘଣ୍ଟାପଡା ମାର୍କେଟ ଛକରେ ପାନ ଖାଇଲେ। ଯୁକ୍ତିତର୍କ ହୋଇ ପାଟିତୁଣ୍ଡ ହେବା ଫଳରେ ସ୍ଥାନୀୟ କିଛି ଲୋକ ବିନୋଦକୁ ମାଡ଼ ମାରିଥିଲେ। ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ରାତି ପ୍ରାୟ ୨ଟା ସମୟରେ ବିନୋଦ ସାହୁ (୫୦)ଙ୍କ ମୃତ୍ୟୁ ହୋଇଥିଲା। ଏନେଇ ମୃତକଙ୍କ ପରିବାର ପକ୍ଷରୁ ଘଣ୍ଟାପଡା ଥାନାରେ ଅଭିଯୋଗ ହୋଇଥିଲା। ଘଟଣାରେ ପୋଡାପଡାର ଗ୍ରାମର ରବିନ୍ଦ୍ର ନାଏକ (୨୧), ରାଜେନ୍ଦ୍ର ନାଏକ (୩୨) ଓ ତାଳବେଡା ଗ୍ରାମର ଲିଙ୍ଗରାଜ ଦାଶ (୩୦)ଙ୍କୁ ପୁଲିସ ଗିରଫ କରିଥିଲା। ଏହି ଘଟଣାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମନକୁ ଅଦାଲତ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ବଳଭଦ୍ର ଗଣ୍ଡା ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories