ଗୋପାଳପୁର: ଗୋପାଳପୁର ସମୁଦ୍ରରେ ଆଜି ବୁଡ଼ି ଯାଉଥିବା ବେଳେ ୨ ଯୁବକକୁ ଲାଇଫଗାର୍ଡ ଜି. ଜଗନ୍ନାଥ ଉଦ୍ଧାର କରିଛନ୍ତି। ୨ ଯୁବକ ହେଲେ ଆସିକାର ଶଶାଙ୍କ ଶେଖର ଗୌଡ଼ ଓ ଅନୁଗୁଳର ପଙ୍କଜ କୁମାର ମହାପାତ୍ର। ଆଜି ସକାଳ ପ୍ରାୟ ୧୦ଟା ସମୟରେ ଆଉଟ ପୋଷ୍ଟ ନିକଟ ବେଳାଭୂମି ନିକଟରେ ଚାରି ଜଣ ସାଙ୍ଗ ଗାଧୋଉଥିବା ବେଳେ ଶଶାଙ୍କ ଶେଖର ଗୌଡ଼, ପଙ୍କଜ କୁମାର ମହାପାତ୍ର ଦୁଇ ବନ୍ଧୁ ପ୍ରଖର ସ୍ରୋତରେ ଭାସିଯାଇ ଭିତରକୁ ଚାଲିଯାଇଥିଲେ। ସେହି ସମୟରେ ଡ୍ୟୁଟିରେ ଥିବା ଲାଇଫଗାର୍ଡ ଜି. ଜଗନ୍ନାଥ ତୁରନ୍ତ ପହଞ୍ଚି ଟ୍ୟୁବ ସାହାଯ୍ୟରେ ସ୍ଥାନୀୟ ଉଠା ଦୋକାନୀଙ୍କ ସହାୟତାରେ ଦୁଇ ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ପରେ କିଛି ସମୟ ବିଶ୍ରାମ ଦେବା ପରେ ସେଠାରୁ ଯାଇଥିବା ଜଣାପଡ଼ିଛି। ଚଳିତ ମାସ ୧୭ ତାରିଖରେ ୬ ଜଣ ଯୁବକ ବୁଡ଼ି ଯାଉଥିବା ବେଳେ ଲାଇଫଗାର୍ଡ ଦ୍ୱାରା ଉଦ୍ଧାର ହୋଇଥିଲେ।
Popular Categories



